STORYMIRROR

Panchanan Jena

Romance

4  

Panchanan Jena

Romance

ସର୍ବହରା

ସର୍ବହରା

1 min
54


ଗୀତ ଶୁଣୁଶୁଣୁ ତୁମକୁ ଭାବିବି

ଗୀତ ଗୁଣୁଗୁଣୁ ପୁଣି ମନେ ପକେଇବି

ଶେଜ ଛାଡିବା ପରେ

ସିନ୍ଦୁରା ଫାଟେ

ଶେଜ ଶୁଙ୍ଘିବା ପରେ

ତୁମ ସ୍ମୃତି ଭାସିଉଠେ ମନ ଲଲାଟେ

ତୁମ ଜଳଛବି ମନ ଆଇନାରେ

ଦିଶିଲା କା ନାହିଁ 

ନିରେଖି ରହିବି 

ରହିଥିବି ଚାହିଁ

କହିଲ ଦେଖି !

ଜଣେ ମଣିଷ ମୁଁ

ଗୃହସ୍ଥି ଜଞ୍ଜାଳ ଭିତରେ

କେତେ ପ୍ରକାର ନିଶା କରି ପାରିବି ?


ଗଜଲ ଶୁଣୁଶୁଣୁ କଳ୍ପନାରେ ତୁମେ ଆସିବ

ଶାୟରୀ ଗୁଣୁଗୁଣୁ ଜଳ୍ପନାରେ ତୁମେ କାଶିବ

କବିତା ଲେଖୁ ଲେଖୁ ଭାବନାରେ ତୁମେ ଦିଶିବ

ଫୁଲ ତୋଳୁ ତୋଳୁ ସୁରଭିରେ ତୁମେ ବାସିବ

କହିଲ ଦେଖି !

ଗୋଟିଏ ହୃଦୟ ମୋର

ଘର ପରିବାର ସମ୍ଭାଳିବା ଭିତରେ

କେତେ ପ୍ରକାର ନିଶା କରି ପାରିବି ?


ମୁରୁଜ ଆଙ୍କୁ ଆଙ୍କୁ ତୁମେ ଉଙ୍କିମାର

ପରିବା କାଟିବାରେ ତୁମେ ହାତ ଧର

ଭାତ ଚିପିବାରେ ତୁମେ ଭିଡ଼ି ପାର

ସଞ୍ଜ ସଳିତାରେ ତୁମେ ଦିଶିପାର

କହିଲ ଦେଖି !

ଗୋଟିଏ ଆତ୍ମା ମୋର

ଶାଶୁ-ଶଶୁରଙ୍କୁ ସେବା ଭିତରେ

କେତେ ପ୍ରକାର ନିଶା କରି ପାରିବି ?


ଭାବିଛ କି ଥରେ !

ତୁମ ମହୁଲି ନିଶାରେ ଅସରନ୍ତି ମାଦକତା

ତୁମ ନହୁଲି କଥାରେ କାମନା ବାସ୍ତବତା

ତୁମ ପହିଲି ଭାବନାରେ କନ୍ଦର୍ପ କାମୁକତା

ମୋତେ ଶୋଏଇ ଦଉନ ରାତିସାରା

ମୋତେ କାମ କରେଇ ଦଉନ ଦିନସରା

ମୋ ସାଜି ଗଲିଣି

ତୁମ ହରିଣୀ ବିରହିଣୀ ସର୍ବହରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance