STORYMIRROR

Panchanan Jena

Fantasy Others

3  

Panchanan Jena

Fantasy Others

ସପ୍ତପର୍ଣ୍ଣି

ସପ୍ତପର୍ଣ୍ଣି

1 min
20


କିନିଅର ଫୁଲ ରଙ୍ଗ

 ଫିକା ଫିକା ଲାଗେ

ହଳଦୀ ଗୁରୁ ଗୁରୁ 

ତୋ ଦେହ ରଙ୍ଗ ଆଗେ


ସଜ ଗୋଲାପ ଫୁଲଟା

ହାର ମାନିଯାଏ 

ଝାଉଁଳି ଯାଏ

ତୋ ନାଲି ଓଠର ତ୍ରିଭଙ୍ଗ ପାଗେ


ନିଳିଆ ଆକାଶ

ଅପସରି ଯାଏ

ମୁଁହ ଲୁଚାଏ

ତୋ ନୀଳ ନୟନ ସଙ୍ଗେ


ଧୋବ ଧାଉଳିଆ 

ଟଗର ନାଗରୀ

ମୁଁହ ଲୁଚେଇ ପଡିଛି ଝରି

ତୋ ଚଂପାଫୁଲିଆ ମୁଁହରଙ୍ଗ ଉମଙ୍ଗେ


ତୋ ଲମ୍ବା କଳା ଘୁମର ବେଣୀ

କଟିକୁ ଛୁଇଁ ଯେବେ କହେ

ଅଙ୍କା ବଙ୍କା ସର୍ପିଳ କାହାଣୀ

ଦୋହଲି ଯାଏ ମୋ ଛାତି

ଚିନ୍ତା ଚେତନା ଥୋମଣୀ


ସବୁ ଫୁଲ ଦିଶନ୍ତି ବେବର୍ଣ୍ଣି

ତୋ ତନୁ ଅଙ୍ଗ ଭଙ୍ଗ ଆଗେ

ରଙ୍ଗ ସରବତ୍ ପରି ମିଠା ମିଠା 

ପ୍ରେମ ରଙ୍ଗରେ ଆକ୍ରାମାନ୍ତ ସପ୍ତପର୍ଣ୍ଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy