STORYMIRROR

Sushama Mishra

Children Inspirational

3  

Sushama Mishra

Children Inspirational

ସମୟ

ସମୟ

1 min
27.1K



ସମୟ ସେ ତୁମେ ନିୟତି ବୋଲ ରେ ନିତି ଚଳାଉଛ ମହୀ,

କ୍ରମ ଅନୁସାରେ ଚାଲୁଅଛ ତୁମେ ନିୟତିର ରଥ ବାହି।

ସମୟ ତୁମକୁ କୋଟି ନମସ୍କାର, ଗୋଟି‌ ଗୋଟି ଜନ୍ମ ପାଇଁ,

ଯୋଗଜନ୍ମା ଜନ୍ମ ନେଇଥାନ୍ତି ପରା, ସମୟାନୁକ୍ରମେ ଥାଇ।

ଷଠି ମାଆ ଲେଖେ ବିଧାତା ଲିଖନ, ଶିଶୁର ଲଲାଟ ପଟେ,

ସବୁ ଭାଗ୍ୟ ବନ୍ଧା ବିଧାତା ଡୋରି ରେ, ଟାଣି ନିଏ ବାଟଘାଟେ।

ଭାଗ୍ୟବନ୍ତ ଜନ୍ମ ନେଇଥାନ୍ତି ପରା, ନିଜ କର୍ମ ଅନୁଯାୟୀ,

ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ପରା କର୍ମଫଳ ଯାଚି ଦିଅଇ ।

ଦୁର୍ଭାଗ୍ୟ ଯାହାର ପିଛା ଛାଡୁନାହିଁ, ସିଏ ବଡ଼ ହତଭାଗ୍ୟ,

ପୂର୍ବଜନ୍ମ ଫଳ ଯାଚି ଦିଅନ୍ତି ଟି ହର୍ତ୍ତା କର୍ତ୍ତା ସେ ଦଇବ ।

କିଏବା ଜାଣିଛି ପୂର୍ବଜନ୍ମ ଆଉ ପରଜନ୍ମ ସମ୍ବନ୍ଧରେ,

ସୁଖ ଦୁଃଖ ଭୁଞି ପ୍ରାଣୀଏ ଜିଅନ୍ତି ଭାବନ୍ତି ସେ ଭାଗ୍ୟ ବାରେ ।

ସବୁଠାରୁ ଶ୍ରେଷ୍ଠ ମନୂଷ୍ୟ ଜନ୍ମଟି, ଭଲ କର୍ମ କରିଯିବା,

ପରଜନ୍ମ ପାଇଁ କିଛି ହେଲେ ଧର୍ମ, ଏହିପରି ଅରଜିବା।

ଅନ୍ତରକୁ କଷ୍ଟ ଦେଲାଭଳି ‍କଥା, କହିବା ନାହିଁ କାହାକୁ,

ଭୁଲ୍ କାମ ଆମେ କରିବାନି କେବେ, ଠିକ୍ ରଖି ବିବେକକୁ ।

ପର ଉପକାର ପାଇଁ ଏ ଜୀବନ,ଉତ୍ସର୍ଗ କରରେ ଭାଇ,

ଆବଶ୍ୟକ ଯାର ତୁମ ନିକଟରେ, ସାହାଯ୍ୟ କର ଆଗେଇ ।

ମନକୁ କେବେହେଁ ପଛକୁ ନକର, ସୁପୁତ୍ର ସୁକନ୍ୟା ହୋଇ,

ଦେଶ ଜାତି ବଂଶ ଉଜ୍ଜ୍ୱଳ କରରେ ସ୍ବାର୍ଥକୁ ପଛେ ପକାଇ ।

ଦେଶ ଓ ଜାତିର ଉନ୍ନତି କି ସମ୍ଭବ, ସ୍ୱାର୍ଥକୁ ସାରଥୀ କଲେ,

ଟାଣିବ କି ଗାଡି ଦାନାରତୋବଡା ଘୋଡ଼ା ମୁହେଁ ବନ୍ଧା ଥିଲେ ।

କର୍ମର ପ୍ରଭାବେ କେତେ ଖୁସି ଭବେ, ଯାଚିଦେଉଥାନ୍ତି ହରି,

ସୁକର୍ମ ର ଫଳ ଭାରି ଭଲାଗେ, ଆସେ ସମୟକୁ ଧରି।

ଭଲ କାମ କରି ଯିବା ଯଦି ମରି, ଅନେକ ଲୁହର ନଈ,

ଆମ ପଛେ ପଛେ ଏକାଠି ବହିବେ, ତ୍ୟାଗ ପୂତ ଗଙ୍ଗା ହୋଇ ।

ଗଙ୍ଗାଜଳ ପରି ପବିତ୍ର ଆତ୍ମା ଟି ହୋଇପାରେ କାଳେ ମୁକ୍ତି,

ଧର୍ମକୁ ବିଚାରି କର୍ତ୍ତବ୍ୟ କରିବା, ପ୍ରଭୁ ପାଦେ ରଖି ଭକ୍ତି।


ସୁଷମା ମିଶ୍ର

୨୮/୦୭/୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushama Mishra

ସମୟ

ସମୟ

1 min ପଢ଼ନ୍ତୁ

Similar oriya poem from Children