ସମୟ ର ଉଡାଣ
ସମୟ ର ଉଡାଣ
ପୃଥିବୀରେ ଜୀବ ସତ୍ତା
ପଞ୍ଚଭୂତ ସମାହାର
ଆବର୍ତ୍ତନ ବିବର୍ତ୍ତନ କରେ ସନ୍ଦିହାନ ।
ଜୀବନ ଯାତ୍ରା ଜୁଆର ରେ
ସମୟ ନୌକା ପରି ଧାବମାନ
କ୍ଷଣ ଦଣ୍ଡ ଦିନ ମାସ ବର୍ଷର ମିଶ୍ରଣ
ସମୟ ର ଘୂର୍ଣ୍ଣନ କି ହୁଏ ଦୃଶ୍ୟମାନ ?
ଶୁକ୍ଳ ଅମାବାସ୍ୟା
ଏକ ପରେ ଆନ ଦୁଇ ପକ୍ଷ ପୁଣି
ଶୁସମୟ ଦୁଃସମୟ ଖେଳ
ଭାବ ଅଭାବ ର ମେଳି ସତେ କୌତୁହଳ ।
ଯାତ୍ରା ଅନ୍ତେ କ୍ଷତ ଯାହା
ରହି ଯାଏ ଅତୀତ ର ଇତି
ଜନ୍ମ ମୃତ୍ୟୁ ନାଟକରେ ନାମ ତାର ସ୍ମୃତି ।
ଅଦୃଶ୍ୟ ସେ ଭବିଷ୍ୟତ ସମୟ ର ସାଥି
ନଜାଣି ନଦେଖି ବାଇ ପ୍ରାୟ ସର୍ବେ ହୋଇଥାନ୍ତି
ସରିଯାଏ ସମୟ ଯେ ଆୟୁଷ ର ସାଥେ
ଯେହ୍ନେ ଦିବା ରାତ୍ର , ୠତୁଚକ୍ର
ବାର ମାସ ସମୟ ର ଘୂର୍ଣ୍ଣନ ସହିତେ ।
ଅଚିରେ ଅଦୃଶ୍ୟ ହୁଏ ସମୟ
ପକ୍ଷୀରାଜ ପାଲିଙ୍କି ରେ ଉଡି
ଛାଡ଼ି ଦେଇ ଚାଲି ଯାଏ ଜୀବନରେ ସ୍ମୃତି ରେଣୁ ଝାଡି ।
କାହିଁ କେତେ ଦିନୁ ସମୟ ଅବିରତ ଭାବେ
ଚାଲୁଥିଲା ,ଚାଲୁଅଛି , ଚାଲୁଥିବ କାଳ ଗର୍ଭେ
ଉଚିତ କର୍ମ ସୌଜନ୍ୟ ସାନିଧ୍ୟେ ସମୟ ର ସାହଚର୍ଯ୍ୟ
ଗତିମାନ ସଦା କ୍ଷଣେ ନ କରେ ପ୍ରତୀକ୍ଷା କରି ସେ ଆଶ୍ଚର୍ଯ୍ୟ ।