Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ସମୟ ବେପାରୀ

ସମୟ ବେପାରୀ

1 min
379



ବାହାରେ ବରଷାର ରିମ୍ ଝିମ୍ ଧୂନ୍ 

ଘର ଭିତରେ ଏକାନ୍ତ ପଣର

ମନ ଗହନରେ ନୀରବତାର 

ରାଜୁତି ଚାଲିଥାଏ ଟପ୍ ଟାପ୍ ଶୂନ୍‌ ।୧


ସମୟଟା ବଡ଼ ଦଗାଦିଆ ବେପାରୀ

ଲୋଭ ଦେଖେଇ ଚଖେଇ

ଆଶା ଜଗେଇ ବଢେଇ

ଦଉଡେଇ ହୁରୁଡେଇ ସବୁଠି ଅଧୁରୀ ।୨


ଯୌବନର ଔଦ୍ଧତ୍ୟ ରୁଣ୍ଡେଇ ମୁଣ୍ଡେଇ 

ପିଲାବେଳର ଚପଳାମୀ 

କୈଶୁରାବସ୍ଥାର ପାଗଳାମୀ

ହସେଇ ନଚେଇ ନେଇଛି ଛଡେଇ ।୩


ଧନୀ ହେବାର ନିଶା ଶୁଙ୍ଗେଇ ଖୁଏଇ

ଆରାମ-ବିଶ୍ରାମ ସରେଇ ଲୁଚେଇ

ନିଦ-ସ୍ୱପ୍ନ ଉଭେଇ ଭଙ୍ଗେଇ

ଯୌବନେ ବାଦ୍ଧକ୍ୟ ଆସେ ଝପଟେଇ ।୪


ସମାଜରେ ମଙ୍ଗୁଆଳ ସାଜିବାକୁ କହି

ଚାଟୁକାରୀ ଦଳମଧ୍ୟେ ରହି

ମିଛ ବଡ଼ପଣେ କରତାଳି ସହି

ରାଜନୀତି ପଶାପାଳିରେ ଠକିଯାଇ ।୫


ଉଚ୍ଚଶିକ୍ଷା ନିମନ୍ତେ ଥୋପ ଗୁନ୍ଥେଇ

ଗାଁ ଦାଣ୍ଡ ଭୁଲିବା ଶିଖେଇ

ଶୈଶବ୍ବର ରଣକ୍ଷେତ୍ର ଛଡେଇ

ଦିଆସିଲିଖୋଳ ଘରେ ମାରୁଛି ହାଇ ।୬


ପିଲାଦିନର ସ୍ମୃତି ବିନ୍ଧାଏ ଗୋଡ଼ାଏ

ରାତିସାରା ଗଡପଡାଏ

ବସେଇ ଶୋଏଇ ନଦିଏ

 ଭାବନାରେ ନିତି ଗାଁକୁ ଫେରୁଥାଏ ।୭


ମନେରଖ ବେ ସମୟ ବେପାରୀ

ହତରାଣ ହରକତ କରିପାରୁ

ବଡଦାଣ୍ଡେ ଘୋଷାରୀ ପାରୁ

ଅବଦମିତ ଇଛାଶକ୍ତିକୁ ପାରିବୁନି ଧରି ।୮


ଚ୍ୟାଲେଞ୍ଚ ଗ୍ରହଣ କର ବେ ସମୟ

କବଳିତ କରିବା ଆଗରୁ

କରାୟତ୍ତ କରିବା ସତ୍ତାରୁ

ଶେଷ ସମୟରେ ବି ହସୁଥିବ ନିରାମୟ ।୯


Rate this content
Log in

Similar oriya poem from Inspirational