Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4  

DILIP KUMAR SAHOO

Children

ସମୁଦ୍ର

ସମୁଦ୍ର

1 min
232


ଆମ ରାଇଜ ପୂରୂବ ସୀମା

ସମୁଦ୍ର ଯାଏ ଛୁଇଁ

ସୁନ୍ଦର ସେହି ନୀଳ ସମୁଦ୍ର

ସୁନ୍ଦର ବେଳାଭୂଇଁ ।

କୂଳରୁ ତାର ଯେତିକି ଦୂର               

ଆଖିକୁ ଯାଏ ଦିଶି

ଲାଗେ ଯେମିତି ପାଣିରେ ତାର

ଆକାଶ ପଡେ ଖସି ।

ସକାଳ ହେଲେ ପାଣିରୁ ତାର

ସୂରୁଯ ଆସେ ଉଇଁ

ନଲି ଆଲୁଅ କଅଁଳ ଖରା

ମନକୁ ନିଏ ମୋହି ।

ସଞ୍ଜ ନଇଁଲେ ପାଣିରେ ପୁଣି

 ସୂରୁଯ ଯାଏ ହଜି

ରାତି ପାହିଲେ ସମୁଦ୍ର ନିତି

ଆଣଇ ତାଙ୍କୁ ଖୋଜି ।

ସମୁଦ୍ର ପାଣି ପାଟିକୁ ଲୁଣି

ପାରୁନା ଆମେ ପିଇ

ସେହି ପାଣିରେ ଜାତିଜାତିକା

ଜୀବ ଅଛନ୍ତି ଜୀଇ ।

ମାଛ କଙ୍କଡା କଇଁଛ ସାପ

ରଙ୍ଗ ବେରଙ୍ଗ ପ୍ରାଣୀ

ପାଣି ଭିତରେ ଜୀବନ ତାଙ୍କ

ଦେଖାନ୍ତି କେତେ ଠାଣି ।

ସମୁଦ୍ର ଜଳେ ବିଷ ଜହର

ମିଶୁଛି କେତେ ନିତି

ସେହି ଜହର ଜଳଜୀବଙ୍କ

ଜୀବନ କରେ କ୍ଷତି।

ସମୁଦ୍ର ଜୀବ ଦୁଃଖ ଯାତନା

ଆମକୁ ନୁହେଁ ଭଲ

ତାଙ୍କୁ ନଦେଲେ ସୁରକ୍ଷା ଆମେ

ହେବାରେ କଲବଲ ।



Rate this content
Log in

Similar oriya poem from Children