STORYMIRROR

BIKASH KUMAR PANIGRAHY

Romance

2  

BIKASH KUMAR PANIGRAHY

Romance

ସ୍ମୃତିର ସହରେ

ସ୍ମୃତିର ସହରେ

1 min
460

ସ୍ମୃତିର ସହରେ ବାଟବଣା ହୋଇ

ଚାଲୁ ଚାଲୁ ଯେବେ ରହେ

ଭିଡ ଭିତରେଭି ଏକା ହୋଇ ଯାଏ

ମନ ତୁମ କଥା କହେ


କେତେ ଚିହ୍ନା ପୁଣି କେତେଯେ ଅଚିହ୍ନା

ମୁହଁ ହେଇଯାଏ ଦେଖା

କିଛି କୁହା ପୁଣି କିଛିଯେ ଅକୁହା

କଥା ମନେ ହୁଏ ଲେଖା

ଡାକ ତୁମ ଶୁଭେ ଶୁନ୍ୟପଥେ ଯେବେ

ମଳୟ ପବନ ଵହେ

ଭିଡ ଭିତରେଭି ଏକା ହୋଇ ଯାଏ

ମନ ତୁମ କଥା କହେ


ଫୁଲଟେ ଦେଖିଲେ ବାଟରେ ଆଖିରୁ 

ଲୁହ ଆସେ ଝରି ଝରି

କଣ୍ଟା ଫୋଡ଼ିିହେଲେ ଚାଲି ଯାଏ କିନ୍ତୁ

ହସ ହସ ମୁହଁ କରି

ଅସହାୟ ଲାଗେ ସବୁ ଥାଇ ଯେବେ 

ସ୍ମୃତିର ଆଘାତ ସହେ

ଭିଡ ଭିତରେବି ଏକା ହୋଇ ଯାଏ

ମନ ତୁମ କଥା କହେ


ସ୍ମୃତିର ସହରେ ବାଟବଣା ହୋଇ

ଚାଲୁ ଚାଲୁ ଯେବେ ରହେ

ଭିଡ ଭିତରେବି ଏକା ହୋଇ ଯାଏ

ମନ ତୁମ କଥା କହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance