ସ୍ମୃତିର ସହରେ
ସ୍ମୃତିର ସହରେ
ସ୍ମୃତିର ସହରେ ବାଟବଣା ହୋଇ
ଚାଲୁ ଚାଲୁ ଯେବେ ରହେ
ଭିଡ ଭିତରେଭି ଏକା ହୋଇ ଯାଏ
ମନ ତୁମ କଥା କହେ
କେତେ ଚିହ୍ନା ପୁଣି କେତେଯେ ଅଚିହ୍ନା
ମୁହଁ ହେଇଯାଏ ଦେଖା
କିଛି କୁହା ପୁଣି କିଛିଯେ ଅକୁହା
କଥା ମନେ ହୁଏ ଲେଖା
ଡାକ ତୁମ ଶୁଭେ ଶୁନ୍ୟପଥେ ଯେବେ
ମଳୟ ପବନ ଵହେ
ଭିଡ ଭିତରେଭି ଏକା ହୋଇ ଯାଏ
ମନ ତୁମ କଥା କହେ
ଫୁଲଟେ ଦେଖିଲେ ବାଟରେ ଆଖିରୁ
ଲୁହ ଆସେ ଝରି ଝରି
କଣ୍ଟା ଫୋଡ଼ିିହେଲେ ଚାଲି ଯାଏ କିନ୍ତୁ
ହସ ହସ ମୁହଁ କରି
ଅସହାୟ ଲାଗେ ସବୁ ଥାଇ ଯେବେ
ସ୍ମୃତିର ଆଘାତ ସହେ
ଭିଡ ଭିତରେବି ଏକା ହୋଇ ଯାଏ
ମନ ତୁମ କଥା କହେ
ସ୍ମୃତିର ସହରେ ବାଟବଣା ହୋଇ
ଚାଲୁ ଚାଲୁ ଯେବେ ରହେ
ଭିଡ ଭିତରେବି ଏକା ହୋଇ ଯାଏ
ମନ ତୁମ କଥା କହେ