ସ୍ମୃତି
ସ୍ମୃତି
ସ୍ମୃତିର ଦର୍ପଣରେ ତମ ଛବି
ଦେଖିଛି ମୁଁ ପ୍ରତିବିମ୍ବର ପ୍ରତିଫଳନ
ସ୍ମୃତି ଏକ ଅଜବ ଆଇନା
ତାର ଗୁଜବ ଯେ କଣ
ବୁଝି ହୁଏନା, ସ୍ମୃତିକୁ ସାଉଁଟେ
ସ୍ମୃତିର କଦମ୍ବ ବନରେ
ନିତି ବଂଶୀ ବାଜେ
କିଏସେ ମୋହନ
ଚେତନାରେ ନିତି
ପଦ୍ମ ଫୁଟେ, ଫୁଲ
ପରି ଯେବେ କଣ୍ଟାର
ଆଘାତ ଯେବେ ସହେ
ସ୍ମୃତିର କଦମ୍ବ ବନରେ
ଜୀବନ ଯମୁନା ହୁଏ
ଜୁଆର ଯେବେ ଉଠେ
ଯମୁନାରେ, ସ୍ମୃତି କିନ୍ତୁ
ଆଇନା, ପ୍ରତିବିମ୍ବର
ଏକ ପ୍ରତିଫଳନ
ଭଲ ପାଏ ସ୍ମୃତିକୁ
ସ୍ମୃତିର କଦମ୍ବ
ବନରେ ମୁଁ
ଭୁଲିନି କିଛିବି ।।
