Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Singh

Abstract Classics

4  

Gayatri Singh

Abstract Classics

ସ୍ମୃତି ସେଦିନର

ସ୍ମୃତି ସେଦିନର

1 min
260



ବର୍ଷା ହେଲେ ମନେ ପଡେ ସେଦିନ

ଆଜି ବି ସାଇତା ହୋଇ ରହିଛି ମନ ତଳେ

ବେଳ ଅବେଳ ରେ ଉଙ୍କି ମାରେ

ଭିଜା ମାଟିର ବାସ୍ନାରେ । 


ଦାଣ୍ଡ ଦୁଆର ପାଣି ସୁଅରେ

କାଗଜ ଡଙ୍ଗା ଭସାଇବାରେ ଯେଉଁ ଆନନ୍ଦ,

ଗୋଟିଏ ଛତା ତଳେ ସାଙ୍ଗ ସାଥି ମେଳେ

ବର୍ଷା ଛିଟା ର ମଜା,

ଓଦା ସରସର ହୋଇ ଘରକୁ ଫେରିଲେ 

ଗାଳି ଶୁଣିବାର ଭୟ

ଶ୍ରେଣୀ ରେ ଶିକ୍ଷକ ଙ୍କ ନାଲି ଆଖି

ଘରେ ବାପା ମାଆ ଙ୍କ ତାଗିଦ କୁ ବହୁତ ଭୟ ଥିଲେ ବି 

ବେଶୀ ଭଲ ଲାଗେ

ରାସ୍ତା ଖାଲରେ ପୁରି ରହିଥିବା ବର୍ଷା ପାଣିରେ ଗୋଡ ପୁରାଇ ଜଳର ଗଭୀରତା ମାପିବାକୁ ।


ଆକାଶରେ ଭସା ମେଘ ବାଦଲ ର ଲୁଚକାଳି

ପୃଥିବୀ ରେ ରିମଝିମ ସୁର ର ଗୁଞ୍ଜନ

କଅଁଳିଆ ଦୁବଘାସ ଭିତରୁ ସାଧବବୋହୁ ଧରି 

ଦିଆସିଲି ଖୋଳ ଭିତରେ 

ପୁରାଇ ରଖିବାର ଯେଉଁ ଖୁସି

କଙ୍କି ଧରଣ ମାଆ ମରଣ 

ଗୀତ ଗାଇ ଗାଇ

ବାରିପଟେ ଧାଇଁ ଧାଇଁ

କଙ୍କି(ପାଟପଣି) ଧରି, ତା ଲାଞ୍ଜ କୁ 

ସୂତାରେ ବାନ୍ଧି ଉଡାଇବାରେ

ଯେଉଁ ପ୍ରତିଯୋଗୀତା

ତାହା ପାଠ ରେ ନଥିଲା ।

ସତରେ ଆଜି ଅତୀତ ହେଲେ ବି 

କେତେ ଅଭୁଲା ସେ'ଦିନ ।




Rate this content
Log in

Similar oriya poem from Abstract