STORYMIRROR

Basudev jagat

Classics Inspirational

3  

Basudev jagat

Classics Inspirational

ସମ୍ପର୍କ ନଦୀ ତିରେ

ସମ୍ପର୍କ ନଦୀ ତିରେ

1 min
227

ମାଆ ର ମମତା

ସ୍ନେହ ଓ ସରଧା

ମୋ ପାଇଁ ବାଲି ରଥ

ମାଆର ପଣତ

ତାରେ ମୋ ଆରତ

ସିଏ ନୀଳାଚଳ ନେତ ।।

ଆକାଶ ଛୁଆଁ

ଆଶିଷ ତାହାର

ଦେବତା ଠୁ ବଡ ମୁରତି

ତା କୋଳେ ଆରମ୍ଭ

ଜୀବନ ମୋହର

ସୁଖ ଦୁଃଖ ପ୍ରତି ପ୍ରତି ।।

ମାତା ପିତା ସହ

ନିବିଡ଼ ସମ୍ପର୍କ

ଜନମରୁ ମୋର ରହିଛି

ତାଙ୍କରି ସେ ସ୍ନେହ

ମମତାର ପଣତ

ଛାଇତଳେ ଆଜି ବଢିଛି ।।

ତାଙ୍କ ସ୍ନେହ ପ୍ରେମ

ଅନନ୍ତ ଅସୀମ

ମୋ ପାଇଁ ସାଇତି ଅଛି

ମାତା ପିତା ଋଣ

ଏଇ ଦୁନିଆରେ

କିଏ ସେ ସୁଝି ପାରିଛି ।।

ଭଉଣୀ ସାଥିରେ

ପବିତ୍ର ସମ୍ପର୍କ

ଜନମେ ଜନମେ ରହିଛି

ତା ସ୍ନେହ ଡୋରିରେ

ବାନ୍ଧି ରଖିଛି ସେ

ତା ପାଇଁ ଆଜି ବଞ୍ଚିଛି ।।

ପିତା ମାତା ଆଉ

ଭଉଣୀର ସହ

ନିବିଡ଼ ସମ୍ପର୍କ ମୋର

ସ୍ନେହ ମମତାର

ବିଶାଳ ସାଗର

ନାହିଁ ତାର ପଟାନ୍ତର ।।

ସମ୍ପର୍କର ସେଇ

ନଦୀ ତୀରେ ଆଜି

ପାଇଛି ଅନେକ କିଛି

ସ୍ନେହ ମମତାର

ମଧୁର ଭଣ୍ଡାର

ଆପେ ଆପେ ପାଇଅଛି ।।

ସ୍ନେହ ମମତାର

ପବିତ୍ର ବନ୍ଧନ

ରହିଥାଉ ଚିରଦିନ

ମାତା ପିତା ଆଉ

ଭଉଣୀର ସାଥେ

ରହୁଭାବର ବନ୍ଧନ ।।



Rate this content
Log in

Similar oriya poem from Classics