STORYMIRROR

Lalit kumar Swain

Inspirational

3  

Lalit kumar Swain

Inspirational

ସ୍ମିତହାସ୍ୟ

ସ୍ମିତହାସ୍ୟ

1 min
42


ସ୍ମିତହାସ୍ୟ ଦେଇ ଚାଲିଗଲା କାଲି

ଭରିବା ଆଗରୁ ମନ

ମୁକ୍ତା ଭଳି ଦାନ୍ତ ମୁକ୍ତାଝରା ହସ

ଦିନରେ ଦେଖେଇ ଜନ୍ହ।

ଡିଲକ୍ସ ପାନକୁ ରଗଡି ରଗଡି

ଥୋଡ଼ ଅଲକତ ରଙ୍ଗ

କଥାରୁ ଝରଇ କୁନି କୁନି ଗୁଆ

ସାଥେ ବିରକ୍ତିଆ ଗନ୍ଧ।

ନାତି ବାହାଘର ଆସିବାକୁ ମତେ

କହିଥିଲା କାନେ କାନ

ପାଖରୁ ଦେଖିଲି ମୁକ୍ତା ଭଳି ନୁହେଁ 

ଉଖୁଡ଼ା ଦାନ୍ତ କେସନ।

ବାପା ମା ଛେଉଣ୍ଡ ନାତି ଟୋକା ତାର

ବୁଢା ଏକା ତାର ସାହା

ମୁଣ୍ଡରେ ମୋ ମୁଣ୍ଡେ ଦାୟିତ୍ୱ ଲାଦିଲା

ମୁ ଏକା ତାହାର ରାହା।

ଜାଣିଲାରୁ ମତେ ସୁଖ ଦୁଃଖ କହେ

ମୁଣ୍ଡାଇ ସଂସାର ଭାର

ନାତିର ପାଳନ ପୋଷଣ କଷଣ

ଘଟଣା କ୍ରମକୁ ତାର।

ବାର୍ଦ୍ଧକ୍ୟ ଅବସ୍ଥା ହାର ମାନିଅଛି

ଶିଥିଳ ଚର୍ମ ପରସେ

ବିଷାଦ , ଆପଦ ପାଖ ଆସିନାହିଁ

ଡରି ତାର ସ୍ମିତହାସ୍ୟ।

ଆଶ୍ଚର୍ଯ୍ୟ ଲଗାଇ ଏତେ ଦୁଖଃ ମଧ୍ୟେ

କିପରି ସେ ହସିପାରେ

ଥୁରୁ ଥୁରୁ ଦେହେ ଏତେ ଶକ୍ତି ଅଛି

ଦୁଖଃ ସହି ହସି ପାରେ।

ପାନ ଖିଆ ଓଥେ ଥିରି ଥରି କରି

ହସ ତା ଲକ୍ଷେ ଟଙ୍କିଆ

ହସର ଶକ୍ତିରେ ଦୁନିଆ ଜିଣିଛି

ହସ ଏକା ତାର ରାହା।

ଆଧୁନିକ ଯୁଗେ ଡାକ୍ତର କୁହନ୍ତି

ବଡ଼ ଔଷଧ ହିଁ ହସ

ନିଜେ ହସି ଅସ ହସାଇବା ଆନ

ଭରିବା ଜୀବନେ ରସ।



Rate this content
Log in

Similar oriya poem from Inspirational