ଶୂନ୍ୟତା
ଶୂନ୍ୟତା
ଶୂନ୍ୟତା ବି କବି ଜଣେ...
ସ୍ପନ୍ଦନର ତଳେ ତଳେ
ଲାଜକୁଳୀ ନୟନଧାର ଠାରେ ଠାରେ
ଥରୁଥିବା ହାତରେ ଅର୍ଧମଉଳା ଗୋଲାପର ବାସ୍ନାରେ
କ୍ଷଣିକ ସ୍ପର୍ଶର ଶିହରଣେ
ଉଦବେଗ ମନର ଉଙ୍କି ମାରୁଥିବା ପ୍ରଶ୍ନ ଭିତରେ
ପହିଲି ପ୍ରିତୀର ଗୀତି ଲେଖେ
କେବେ ପୁଣି ସେ ଚିତ୍ରକାର...
ଜୀବନର କୋରା ପୃଷ୍ଠାରେ
ନବଯୌବନର ପ୍ରଣୟରେ
ଆଲିଙ୍ଗନର ଉଷ୍ମତାରେ
ଅସରନ୍ତି ସପନର ଖଣ୍ଡିଉଡା ଦେଇ
ବେରଙ୍ଗ ପଡିଥିବା ପ୍ରିତୀ ମଧ୍ୟେ
ଆତ୍ମିୟତାର ରଙ୍ଗ ଭରେ...
ସମୟର ଅନ୍ତରାଳେ...
ଜୀବନ ଯମୁନାରେ ଉଠିଥିବା ଜୁଆରେ
ନିଖୋଜ ସମ୍ପର୍କକୁ ପାଇବାର ଶତଚେଷ୍ଟା ପରେ
କ୍ଳାନ୍ତ ହୃଦୟର ପ୍ରାଙ୍ଗଣରେ
ବେଦନାର ଗୀତ ଗାଏ...
ଅଜି ଜାଣିଲି ଶୂନ୍ୟତା ବି ଗାୟିକା ଜଣେ...

