STORYMIRROR

Sudama Lenka

Inspirational

2  

Sudama Lenka

Inspirational

ଶୁଭ ସକାଳ

ଶୁଭ ସକାଳ

1 min
13.9K


ପୂର୍ବ ଦିଗରେ ସୂରୁଜ ଉଁଏ 

   ଶୁଭ ସକାଳର ସମ୍ବାଦ ଦିଏ !

ପର୍ବତ ଫାଙ୍କରୁ ତା ମୁହଁ ଦିଶେ 

 କାଉ ଉଡି ଆସି ଚାଳରେ ବସେ !

ନିଧି ମଉସାଟି ପିଣ୍ଡାରେ ବସି 

     ଅଳସ ଭାଙ୍ଗୁଛି ହସି ,

  ଅଣ୍ଟା କରୁଅଛି ରକ ରକ ,

     କୁକୁଡ଼ା ରାବୁଛି କକ !!

ମିନି ବାପା ସେଣେ ବଗିଚା ଘରେ 

    ଚା' ଆଣ ବେଗେ ଡାକ ପକାଏ !

ସେତେବେଳେ ଆସି ମନୁଆ ଭାଇ 

     ପଇସା ମାଗଇ ପେପର ପାଇଁ !

 ଜଟି ଅପା ପୁଣି ଅଧା ନିଦରେ 

     ଉଠି ଆସି କହେ ମନୁଆ କିରେ !

କାହିଁକି ରାବୁଛୁ ସକାଳ ଟାରେ 

     . ନିଦ ମୋ ଭାଙ୍ଗୁଛୁ ଅଧା ବାଟରେ !

ମନୁଆ କହିଲା ହଇଲୋ ବୁଢ଼ୀ 

     ସକାଳ ପାହିକି ଗଲାଣି ଗଡି !!

       


Rate this content
Log in

Similar oriya poem from Inspirational