STORYMIRROR

Rajeet kumar Das

Action

3  

Rajeet kumar Das

Action

ସହରରେ ରାତି ଅଛି ନିଦ ନାହିଁ ଜମା

ସହରରେ ରାତି ଅଛି ନିଦ ନାହିଁ ଜମା

1 min
465

ସହର ରେ ନିଦ କାହିଁ

ଏଠି ରାତିସାରା ବତି ଖୁଣ୍ଟ ଜଳେ

ଝିଙ୍କାରୀର ଶବ୍ଦ ଆଢୁଆଳେ

ନିଦ ଏଠି ଶୋଇଯାଏ

ଭିକାରୀର ଛିଣ୍ଡା କନ୍ଥା ତଳେ

ଅଛି ତୁମ ସହରରେ 

ବିଦ୍ୟୁତ ମଶାଣି

ହେଲେ ନାହାନ୍ତି ସେଠାରେ ଜମା

ଚିରୁଗୁଣି ଆଉ ପିତାଶୁଣି

କହିବାକୁ ନାହିଁ କେହି

ଆଈ ମା କାହାଣୀ

ନାହିଁ ତୁମ ସହରରେ

ଆମ ଗାଁ କିଟିମିଟି ରାତି

ଅଜା ଆଈ ଗାଁ ରେ ରହିଲେ

ସହର କୁ ଚାଲିଗଲେ

ନାତୁଣୀ ଓ ନାତି

ତୁମ ସହରେ ଶୁଭେ ନାହିଁ

ମାଡ ହାଣ୍ଡି କଥା

ତୁମକୁ ମିଳେନା ସେଠି

ଢ଼ିଙ୍କି କୁଟା ଚୁଡା

ସନ୍ଧ୍ୟା ବେଳେ ଜଳେ ନାହିଁ

 ସଞ୍ଜବତୀ ସେଠି

ମୋ ଗାଁ ର ଭୁଅlଶୁଣି

ନୀତି ସଂଜେ ପୁଜେ ବୃନ୍ଦାବତୀ

ସହର ରେ ତୁମ ପାଖେ

ପ୍ରାଚୁର୍ଯ୍ୟ ରହିଛି

ହେଲେ ମୋ ଗାଆଁରେ

ରାତିହେଲେ

ନିଦ ଟିକେ ଶାନ୍ତି ରେ ଶୋଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action