STORYMIRROR

Rajeet kumar Das

Tragedy

3  

Rajeet kumar Das

Tragedy

ବୋଉ

ବୋଉ

1 min
260



ଦୁନିଆ କୁ ଟିକେ ଦେଖିବା ଆଗରୁ

ତୁ ଚାଲି ଗଲୁ ତୋ ବାଟରେ

ଏକା କରି ମୋତେ ଛାଡ଼ି ଦେଇ ଗଲୁ

ମଣିଷ ମାନଙ୍କ ଏଇ ହାଟରେ।


ମଣିଷ ହାଟରେ ଭିଡ଼ ତ ଲାଗିଛି

ତୋତେ ଲୋ ବୋଉ ମୁଁ ଖୋଜି ପାଉନି

ଖୋଜି ଖୋଜି ଦିନ କେବେ ସରିଯିବ

ତଥାପି କାହିଁକି ଖୋଜା ସରୁନି।


କିଏ କହେ ତାକୁ କାହିଁକି ଖୋଜୁଛୁ

ସିଏ କଣ ତୋତେ ମିଳିବ ଆଉ

ଜୁଇ ରେ ପାଉଁଶ ହେଇଗଲା ପରେ

ତେବେ କଣ ଆଉ ଫେରିବ ବୋଉ।


ଫେରି ଆସିବେନି ବୋଉ କେବେ ମୋର

ହାଟର ଭିଡ଼ ଟା ସରିବା ଯାଏ

କେଜାଣି କାହିଁକି ମନ ବୁଝୁନାହିଁ

ଖୋଜୁ ଥିବି ଶେଷ ନିଶ୍ୱାସ ଯାଏ।


@ରଜୀତ ଦାସ,କୁଜଙ୍ଗ, ପାରାଦ୍ୱୀପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy