STORYMIRROR

Rajeet kumar Das

Others

3  

Rajeet kumar Das

Others

ମୋ ପରିସୀମା

ମୋ ପରିସୀମା

1 min
460


ଆକାଶ ର ସୀମା ମାପୁ ମାପୁ ଦିନେ

ନିଜ ପରିସୀମା ଭୁଲିଗଲି

ଦୁନିଆ ହାଟରେ ଏକା ଚାଲୁ ଚାଲୁ

ପରିଚୟ ହୀନ ହେଇଗଲି।


ଦିଗବଳୟ ଛାଇ ରହିଥିଲା ଚାହିଁ

କରିବାକୁ ମୋତେ ଉପହାସ

ସମାଜ ବି ଆଉ ସ୍ୱୀକୃତି ଦେଉନି

ହସିବାକୁ ଟିକେ ଖୋଲା ହସ।


ନିର୍ଜନତା ବୋଧେ ବନ୍ଧୁ ଆଜି ମୋର

ପରିଚୟ ହୀନ ସମାଜ ରେ

ବନ୍ଧୁ ପରିବାର ସଖା ସହୋଦର

ଏକା କରି ଚାଲିଗଲା ପରେ।


ଅନାହୁତ ଏଇ ସମାଜ ଆଗରେ

ଟାଣିଛି କିଏ ମୋ ସୀମାରେଖା

ଲଙ୍ଘିବାର ଆଉ ସାହସ ହେଉନି

ଚାଲିବାର ଅଛି ଏକା ଏକା।

@ରଜୀତ ଦାସ,କୁଜଙ୍ଗ,ପାରାଦ୍ୱୀପ

୮୨୪୯୩୦୯୪୬୦





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍