ଶ୍ରୀଗୁରୁ ପାଦପଦ୍ମେ
ଶ୍ରୀଗୁରୁ ପାଦପଦ୍ମେ
ଶ୍ରୀଗୁରୁ ପାଦପଦ୍ମେ ଚିତ୍ତ ରଖିଦେଇ
ଏକା ରାସ୍ତାରେ ଗଲେ ଭୟ କିଛି ନାହିଁ ।
ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ବର
ତାଙ୍କ ବିନା ପଥ ଏକା ଅଜ୍ଞାନ ଅନ୍ଧାର ।
ଶ୍ରୀ ରାଧା କ୍ରିଷ୍ଣନ ଙ୍କର ଜନ୍ମଦିନ ଆଜି
ସେହିତିଥି ଗୁରୁ ଦିବସରେ ଥାଉ ହେଜି ।
ଗୁରୁଙ୍କର ଅକାଟ୍ଯ ବଚନ କର୍ଣ୍ଣଧାର
ଆଗକୁ ଏହା ଲେଖାଅଛି ସର୍ବ ପୁରାଣର।
ଏକଲବ୍ୟ ମାଟିରେ ଗୁରୁଙ୍କ ମୂର୍ତ୍ତି କରି
ଅନୁଶରଣ ରେ ହେଲେ ମହା ଧନୁର୍ଦ୍ଧରୀ ।
ଦ୍ରୋଣ ଗୁରୁ ଙ୍କ ଆଦେଶେ ବୃଦ୍ଧାଙ୍ଗୁଳି କାଟି
ଦକ୍ଷିଣା ସ୍ୱରୂପ ଚରଣରେ ଦେଲେ ଭେଟି ।
ପ୍ରିୟ ଶିଷ୍ୟ ଆରୁଣୀ ଯେ ଗୁରୁଙ୍କ ଆଜ୍ଞାରେ
ବିଲ ହିଡ ପାଣି ରୋକିବାକୁ ଯାଇଥିଲେ ।
ବନ୍ଦ ନହେବାରୁ ଯେବେ ନିଜେ ଶୋଇଗଲେ
ରାତିସାରା ସେହିପରି ପାଣିକୁ ରୋକିଲେ।
ପ୍ରଭାତରୁ ନିଜେ ଗୁରୁ ଦେଖି ତୋଷ ହୋଇ
ପ୍ରିୟ ଶିଷ୍ୟ କହି ଗଳେ ଲଗାଇଲେ ନେଇ ।
ଉପମନ୍ଯୁ ଗୁରୁ ଆଜ୍ଞା ସେହୁ ପାଳିଥିଲେ
କ୍ଷୁଧାରେ ବନରେ ଗାଇ ଚ
ରାଉ ସେ ଥିଲେ ।
ତୃଷା ସହି ନପାରିଲେ ଅର୍କପତ୍ର ଖାଇ
ଅନ୍ଧ ହୋଇ କୂପରେ ପତିତ ହେଲେ ଯାଇ ।
ନିଜେ ଅଶ୍ବିନୀ କୁମାର ପିଷ୍ଟକ ଯାଚିଲେ
ଉପମନ୍ଯୁ କରଯୋଡି ବଚନ କହିଲେ ।
ଗୁରୁ ଆଜ୍ଞା ନୋହିଲେ ଅମୃତ ନ ଭୁଞ୍ଜି ବି
କ୍ଷମାକର ମୋର ଦୋଷ କହୁଅଛି ଭାବି ।
ଏତେ କଷ୍ଟ ସହି କିଛି ଭକ୍ଷଣ ନକରି
ତୋଷହେଲେ ଗୁରୁ ତହୁଁ ଆଜ୍ଞା ଦେଇକରି ।
ଭୁଞ୍ଜି ଏହି ପିଷ୍ଟକକୁ ଆରୋଗ୍ୟ ହୋଇବ
ଗୁରୁଆଜ୍ଞା ପାଇ ତହୁଁ ଭଉଞ୍ଜଇଲଏ ସର୍ବ ।
ଆରୋଗ୍ୟ ହୋଇଲା ଦେହ ନୟନର ଜ୍ୟୋତି
ଗତୁ ଶତେଗୁଣା ତହୁଁ ଉଜ୍ଜଳ ଦିଶନ୍ତି ।
ଶାନ୍ଦିପନୀ ଗୁରୁଙ୍କ ଆଜ୍ଞାରେ କୃଷ୍ଣ ଗଲେ
ଯମପୂରୂ ତାଙ୍କ ପୁତ୍ର ଫେରାଇ ଆଣିଲେ ।
ସଦଗୁରୁ ପଦ ସେବାରେ କିଛି ଭୟ ନାହିଁ
ଅନାୟାସେ ଯେଣେ ଗଲେ ଛତ୍ର ଛାୟା ଥାଇ।
ଏକୁଟିଆ ରାସ୍ତା ଲାଗେ ଜନ ସମାଗମ
ଗୁରୁ ନାମ ଧରି ଗଲେ ଭୟ କରେ ଯମ ।
ଶ୍ରୀଗୁରୁ ପଦ ବନ୍ଦନା କରି ଚାଲୁଥିବା
ଅନାୟାସେ ଏ ସଂସାରୁ ମୁକ୍ତି ପାଇବା ।