Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAJAL SUBUDHI

Inspirational

4  

KAJAL SUBUDHI

Inspirational

ଶ୍ରୀ ରାଧାଷ୍ଟମୀ

ଶ୍ରୀ ରାଧାଷ୍ଟମୀ

1 min
378



ରକ୍ତକମଳ ନୟନଯୁଗଳ

ମୁଖ ଦିଶେ ପୂର୍ଣ୍ଣଶଶି ।


ଚିବୁକର ଶୋଭା ଅକଳନ୍ତି ଆଭା

ଜ୍ଯୋତିର ଶୋଭା ପ୍ରକାଶି ।


ବନପୁଷ୍ପମାଳା ଶୋଭାପାଏ ଗଳା

ଝୀନବସନର କାନ୍ତି ।


ସୁନ୍ଦର ସୁଢଳ ଓଷ୍ଠ ଯୁଗଳ

ସତେକି ଅରୁଣ ଦୀପ୍ତି ।


ପ୍ରେମମୟୀରାଧା ପ୍ରୀତିମଧ୍ଯେ ବନ୍ଧା

କାହ୍ନୁଙ୍କର ପ୍ରାଣପ୍ରିୟା ।


ବୃଷଭାନୁସୂତା ଲକ୍ଷ୍ମୀ ସ୍ବରୂପିତା

ତୁମଜନ୍ମ ଅଟେ ମାୟା ।


ତୁମେ ବ୍ରହ୍ମମୟୀ ସୁମଙ୍ଗଳମୟୀ

ଲିଳା ତୁମର ଅପାର ।


ତୁମେ ଲକ୍ଷ୍ମୀଅଂଶୀ ବିଷ୍ଣୁଙ୍କ ପ୍ରେୟସୀ

ମର୍ତ୍ତେ ଲିଳାଖେଳା କର ।


ବ୍ରହ୍ମରୁ ଆଗତ ପଦ୍ମରେଶାୟିତ

କେହି ନପାରନ୍ତି ଜାଣି ।


ରାଜାବୃଷଭାନୁ ସ୍ନେହେ ଆଦରିଣ

କନ୍ଯା ରୂପରେ ପାଳଣି ।


ସେହିଦିନୁ ମାତା ନଫିଟାଅ ପତା

ଦେଖିଲ ଗୋବିନ୍ଦ ଯହିଁ ।


କମଳଲୋଚନା ମୁଦ୍ରିତ ନୟନା

ଫିଟାଇଲା ପତା ତହିଁ ।


ତୁମଲାଗି କାହ୍ନା ପ୍ରେମେ ଆନମନା

ଭୂଲିଗଲେ ରାଜପଣ ।


ଗୋପାଳଙ୍କ ସଙ୍ଗେ ବୁଲି ନାନାରଙ୍ଗେ

ବନେ ବଇଁଶୀ ବାଦନ ।


ବଇଁଶୀ ରାଗିଣୀ ଡାକେ ରାଧାରାଣୀ

କୁଞବନ ରାଧାମୟୀ ।


ବଇଁଶୀରସ୍ବର ଶ୍ରବଣେ ଅଧିର

ବୃନ୍ଦାବନେ ଛୁଟେ ରାଇ ।


ତୁମେଲକ୍ଷ୍ମୀଅଂଶୀ ବିଷ୍ଣୁଙ୍କପ୍ରେୟସୀ

ଚନ୍ଦ୍ରସେଣା ତୁମ ପତି ।


କୃଷ୍ଣଙ୍କର ତୁମେ ଜୀବନ ବାନ୍ଧବୀ

ତୁମେ ଅଟ ମହାସତୀ ।


ଭୂଲି ଚନ୍ଦ୍ରସେଣ କୁଷ୍ଣେଦେଲ ମନ

ସୁନ୍ଦର ଯୁଗଳ ମୂର୍ତ୍ତୀ ।


ମୁୟୂରଚୂଳିଆ କଦମ୍ବମୂଳିଆ

ପାଶେ ସଦା ତୁମମତି ।


ଗୋପେ ଲୀଳାକଲ ଶେଷରେମିଶିଲ

ବିଷ୍ଣୁଙ୍କର ଶ୍ରୀପୟରେ ।


ଘୋଷୁଛି ପୁରାଣ ତୁମଲିଳାମାନ

ଶ୍ରୀରାଧା ଗୋବିନ୍ଦ ହରେ ।


Rate this content
Log in

Similar oriya poem from Inspirational