STORYMIRROR

KAJAL SUBUDHI

Others

3  

KAJAL SUBUDHI

Others

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
186


ଆସିଛି ଅଗଷ୍ଟ ପନ୍ଦର । 

ସ୍ବାଧୀନ ଭାରତ ନାଗରିକ ବୋଲି

ମିଛରେ କରୁଛ ଚିତ୍କାର ।

ସ୍ବାଧୀନ ଭାରତ ଆମର

ନାରୀଟିଏ ଯଦି ରାତ୍ର କାଳେ ଯାଏ ।

ମନରେ ଭୟ ତା ଅପାର

କାନ୍ଦୁଛି ଭାରତ ଜନନୀ ।

କେତେ ଶିଶୁ କନ୍ଯା ଅବେଳେ ଝଡନ୍ତି ।

କିଏ ଶୁଣେ ତାଙ୍କ ଦୟିନୀ । 

ଗାନ୍ଧି, ଗୋପବନ୍ଧୁ,ସୁବାସ 

ଦେଶ ପାଇଁ ସିନା ପ୍ରାଣବଳି ଦେଲେ

ମନରେ ଅଦ୍ଯମ ସାହାସ । 

ଫିରିଙ୍ଗି ଶାସନ କ୍ଷମତା

ହଟାଇଲେ ଦେଶୁ ଅହିଂସା ବଳରେ

ଗାନ୍ଧୀ ଆମ ଜାତିର ପିତା । 

ଗଲାଣି ସେକଥା ଗଲାଣି

ଗାନ୍ଧୀ ବୁଢା କଥା ଭୁଲିଣ ମଣିଷ

ମିଥ୍ଯାକୁ ଆଶ୍ରୟ କଲେଣି । 

କେତେ ନେତା, ମନ୍ତୀଗଲେଣି

ବଡବଡିଆଙ୍କ ଶାସନ ପାଖରେ।

ସାନଙ୍କ ମହତ ଗଲାଣି  

ହସୁଛି ସୁନାର ଭାରତ ।

ଦେଶ ପାଇଁ ସର୍ବେ ପ୍ରାଣବଳି ଦେବା

ରଖିବା ତା ମାନ ମହତ । 

ଆସ ସବୁ ଭାଇ, ଭଉଣୀ

ଏ ଶୁଭ ଦିନରେ ରଖିବା ମନରେ।

ସ୍ବାଧିନ ଭାରତ କାହାଣୀ ।


   


Rate this content
Log in