STORYMIRROR

KAJAL SUBUDHI

Others

4  

KAJAL SUBUDHI

Others

ଜୟ ବିନାୟକ

ଜୟ ବିନାୟକ

1 min
72

ଜୟ ବିନାୟକ


ଜୟ ବିନାୟକ ହେ ବିଘ୍ନନାୟକ

ଜୟ ଜୟ ଲମ୍ବୋଦର ।। 

ମୁର୍ଖ ହୁଏ ଜ୍ଞାନି ବୋଲାଏ ସୁଜ୍ଞାନୀ

ଜୟ ତୁମ କରୁଣାର ।। 

ସର୍ବାଗ୍ରେ ପୂଜିତ ଧନ୍ଯ ତୁମଛତ୍ର

ଗଣଙ୍କର ତୁମେ ପତି ।। 

ରିଧି,ସିଧି ଦାତା ହେ ଜଗତ ପିତା

ଫେଡ ବା'ରେ ମୋ ଦୁର୍ଗତି।। 

ମୂଷିକ ବାହାନ ଲେଖନୀଧାରଣ

ଏକଦନ୍ତ ଦୟାବନ୍ତ ।। 

ସୁନ୍ଦର ବଦନ ରୂପ ଗଜାନନ

ସୌମ୍ଯରୂପ ବଳବନ୍ତ।। 

ମାତା, ପିତାଙ୍କର କଳହ କନ୍ଦଳ

ଅଙ୍ଗମଳୁଖ,ରୁ ଜନ୍ମ।। 

ମାତା ଆଜ୍ଞାକାରୀ ହେଲ ଗୁମ୍ଫା ଦ୍ବାରି

ମାତା ହେଲେ ତପମଗ୍ନ।। 

ମାତାଙ୍କ ବଚନ ମାନି ଗୁରୁଜ୍ଞାନ

ଗୁମ୍ଫାଦ୍ବାର ରଖି ହେଲ ।। 

ଅଜ୍ଞାନତା ବଶ ଶିବଙ୍କ ଆଦେଶ

ହେୟ ଜ୍ଞାନ ମନେକଲ ।। 

କ୍ରୋଧେ ଦେବହର ଭାସିଲେ କୁମର

ଛାଡ ତୁମେ ଗୁମ୍ଫା ଦ୍ବାର।। 

ହୋଇ ତୁମେ ବାଳ କରୁଛ କନ୍ଦଳ

ମୁହିଁ ଅଟେ,ଦେବହର ।। 

ପ୍ରଭୁ ଗଣନାଥ ନଛାଡନ୍ତି ପଥ

ତ୍ରିଲୋଚନ କ୍ରୋଧାନିତ୍ଵ।। 

କାଟିଲେ ମସ୍ତକ ପାର୍ବତୀ ସନ୍ତକ

ଗଣପତି ପରାଜିତ।। 

ଜାଣି ଏହା ମାତା ମନେପୁତ୍ର ଚିନ୍ତା

ଜୀବନ୍ଯାସ ଦିଅ ପୂତ୍ର।। 

ପାର୍ବତୀଙ୍କ ଗୀର ଶୁଣି ଗଙ୍ଗାଧର

ଖୋଜିଗଲେ ବନପ୍ରାନ୍ତ।। 

ସୁଖେ ଗଜରାଜ ଶୟନେ ବିରାଜ

ମସ୍ତକ କଲେ ଛେଦନ।। 

ମାନବ ଶରୀର ମସ୍ତକ ହସ୍ତୀର

ଦିଶେ ଭାରି ଶୋଭାବନ।। 

ଦେଲେ,ଜୀବନ୍ଯାସ ପାର୍ବତୀଙ୍କ,ଈଷ

କୋଳେ କରିଲେ ମଣ୍ଡନ।। 

ଅଗ୍ରପୂଜ୍ୟ ଦେବ,ହେବ ତୁମେ ଆଗ

ଚିବୁକ କଲେ ଚୁମ୍ବନ।। 

ଭାତ୍ରା,କାର୍ତ୍ତିକେୟ ମୟୂର ସହାୟ

ଭ୍ରମିଗଲେ ତ୍ରିଭୂବନ।। 

ପ୍ରଭୁ ଗଜାନନ ମୂଷିକ ବାହାନ

ପିତା, ମାତା ପ୍ରଦକ୍ଷିଣ।। 

ଯୁଗ ଯୁଗ ପାଇଁ ଅଗ୍ରପୂଜ୍ୟ ହେଲ

ବକ୍ରତୁଣ୍ଡ ଗଣପତି।। 

କ୍ଷମାକର ଦୋଷ ହେ,ପରମ ଈଷ

ବା'ରେ ଫେଡ ମୋ ଦୁର୍ଗତୀ।। 



Rate this content
Log in