ଶ୍ରୀ ଗଜାନନାୟ ନମଃ
ଶ୍ରୀ ଗଜାନନାୟ ନମଃ


ଓଁ ଜୟ ଜୟ ଗଣନାଥ ଲମ୍ବୋଦର ଅଗ୍ରପୂଜ୍ୟ ଗଜାନନ
ପାଶାଙ୍କୁଶଧାରୀ ହେ ଜ୍ଞାନଦାତା ଜୟ ଇନ୍ଦୁର ବାହନ ।
ମାତାର ଆଦେଶ ପାଳନ ନିମନ୍ତେ ମସ୍ତକ ହରାଇଲ
ଗଜମୁଖ ହୋଇ ଜ୍ଞାନର ପ୍ରଦୀପ ଜଗତରେ ଜଳାଇଲ ।
ସବୁ ଦେବତାଙ୍କ ଊର୍ଦ୍ଧରେ ପିତା,ଶିବ ଶଙ୍କର ଜଗତର ମୂଳ
ପ୍ରଦକ୍ଷିଣ କରି ପିତା ଚତୁପାର୍ଶ୍ୱେ ଏକଥା ସିଦ୍ଧ କରାଇଲ ।
ବୁଦ୍ଧି ବଳେ ତୁମେ ମୃତ୍ୟୁପତିଙ୍କୁ ଅନୁଗତ ଦେଲ କରି
ମୂଷିକ ସଜାଇ ବାହନେ ବରିଲ ନିଜ ଇଚ୍ଛା ଅନୁସରି ।
ରିଦ୍ଧି, ସିଦ୍ଧିଙ୍କ ମନକୁ ହରଣ କରି କଲ ଆପଣାର
ସବୁ ଦେବତାଙ୍କୁ ପଛରେ ପକାଇ ଅଗ୍ରପୂଜ୍ୟ ହୋଇଗଲ ।
ବନ୍ଦେ ତୁମର ଚରଣ କମଳ ଆହେ ବିଘ୍ନ ବିନାଶନ
ବିଦ୍ୟା ବୁଦ୍ଧିର ଆଶିଷ ଲୋଡଇ ଢାଳ ହେ କୃପାର କଣ ।
ବିଦ୍ୟା, ବିନୟ, ଜ୍ଞାନାଲୋକ ଦିଅ ସାଧିବି ଜଗତ ହିତ
ତୁମ ପାଦେ ଆଜି ପୁଣ୍ୟ ତିଥିରେ କରେ କୋଟି ଦଣ୍ଡବତ ।
ବିନତି କରୁଛି ହେ ଗଣନାଥ ଦୂର କର ଏ ବିଘ୍ନ ବାଧା ମୋର
ତୁମ ଦୟା ହେଲେ ଶାନ୍ତି ଯେ ମିଳିବ ହେବଏ ଭାଗ୍ୟ ମୋର
ଚରଣେ ତୁମର ଗୁହାରି ମୋ କୃପା ବରଷିବାକୁ ଆସ ବେଗ
ଆସିଛି ଏ ଘଡି ଶୁଭ ମୁହୂର୍ତ୍ତ ବିରାଜ ମାଧ୍ୟମ କର ତୁମ ଯୋଗ l