STORYMIRROR

Trinath Patnaik

Inspirational

3  

Trinath Patnaik

Inspirational

ବର୍ଷା

ବର୍ଷା

1 min
38


ବର୍ଷା ବର୍ଷା ତୁ ମୋ ବର୍ଷା 

  ମୋ ହୃଦୟ ବର୍ଷା

ଆଣିଛୁ ମୋ ମନେ ଅନେକ 

   ଆଶା ଓ ଭରଷା     ll

ଶୁଖିଲା ଆକାଶ ଚାହିଁ ଯେ ବସିଛି

   ତୁମକୁ ପାଇବା ପାଇ

ସଭିଏଁ ଜଗତ କାତର ହେଲେଣି ତୁ

   ଯେ ଦେବୁ ଶୀତଲତା ଛାଇଁ  ll

ସତେ ଯେ ଅଟଇ ବଡ଼ ବିଚିତ୍ର  

   ତୋର ସ୍ନିଗ୍ଧ ଜଳ ବିନ୍ଦୁ

ତୋହରି ସ୍ପର୍ଶ ପାଇ ଧରଣୀ ବକ୍ଷେ 

   ସୃଷ୍ଟି ହୁଏ ବିଶାଳ ସିନ୍ଧୁ   ll

ଅନେକ ଦିନ ଅପେକ୍ଷା କରିଛି ପାଇବା

   ପାଇଁ ତୁମରି ସ୍ଥିତି

ଆଗମନୁ ତୁମ କରିଛି ଭିଜା ରାତି 

   ଶଦ୍ଧମୟ ଉପସ୍ଥିତି     ll

ପ୍ରତି କ୍ଷଣେ ଜଳୁଥାଏ ଏ ଜଗତ

   ଧୁ ଧୁ ଖରାର ତାତି     

ଆଶା ଯେ ବାନ୍ଧିଛି ଏ ମନକୁ ଯେ

   ତୁ ଧରାକୁ ଆସିବୁ ମାତି   ll

ତୁମ ବିନା ଏ ଧରିତ୍ରୀର ହୋଇଉଠେ 

   ଦୁର୍ବିସହ ଜୀବନ

ଗ୍ରୀଷ୍ମର ପ୍ରକୋପେ ଜୁଇ,ଯାଇ ଯେ

  ମାଳତୀ ହୋଇପଡେ ମଳୀନ ll

ଆଗମନେ ତୋର ରିମଝିମର ଶଦ୍ଧ 

  ବାଜି ଓଠେ ପ୍ରେମର ଗୀତ 

ମୟୂର ଭି ଡେଣା ମେଲି ନାଚି ଉଠେ

  ବିନୋଦ କରେ ଏ ଚିତ୍ତ ll

ବିଜୁଳି ଓ ଘଡ଼ଘଡି ସାଥିରେ ତୁ 

  ଆସିବୁ ବକ୍ଷରେ ଚାପି ଧରି

ସୁଜଳା ସୁଫଳା ଧରାର ସୌନ୍ଦର୍ଯ୍ୟ

  କରିବୁ ଯେ ତୁ ମନେ ଧରି ll


       


Rate this content
Log in

Similar oriya poem from Inspirational