Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trinath Patnaik

Inspirational

3  

Trinath Patnaik

Inspirational

"ଚିଠିରେ ଚିଠିରେ"

"ଚିଠିରେ ଚିଠିରେ"

1 min
25



ଚିଠି ମୋର ଆସିଲାଣି ଆସିବାର ଥିଲା    

କୁଆଡେ ଗଲା, 

ଫାଟି ଯେ ପଡୁଛି ଏ ଅନ୍ତରାତ୍ମା କାହିଁ 

କିଏ ଚୋରାଇ ନେଲା l

କୁହେଳିକା ହୋଇଛି ଯେ ଏ ମନ 

ଡାକ ଘରୁ କିଏ ଚୋରାଇ ନେଲା, 

ପ୍ରଶ୍ନ ଯେ କରୁଛି ଏ ଡାକବାଲାକୁ 

ମୋର ଏମିତି କେମିତି ହେଲା l 

ଆରମ୍ଭ ଯେ ହେଇଛି ମୋ ଜୀବନେ 

ଅଳ୍ପ ଅଳ୍ପ ପ୍ରେମର ଗଳ୍ପ, 

ପାଇଲି ନାହିଁ ମୋ ପହିଲି ଚିଠିକୁ 

ହୃଦୟେ ହୋଇଛି ଅଳ୍ପ l

ମନେ ଭାଙ୍ଗିଯାଏ ମୋର ପ୍ରିୟା 

ଦେଇ ସଂକେତ ନ ଆସିଲା, 

ପ୍ରିୟା ମୋର ଆସିଲାନି ଅଧା ବାଟେ 

କାହିଁ କେଉଁଠି ରହି ଗଲା l

ଫୁଲ ପାହାଡ଼ରେ ଝରଣା କୂଳରେ 

ଘରଟେ ଗଢିଛି ଯେ ମୁହିଁ, 

ଘର ତୋଳି କି ଯେ ଲାଭ ଆସିଲାଣି 

 ମୋ ପ୍ରିୟା ମୋ ପାଖ ଧାଇଁ l

ଚାନ୍ଦ ଯେ ହସିଲାଣି ହସିବାର ଥିଲା 

କଳା ମେଘ ଢାଙ୍କି ଦେଲା, 

ଏମିତି କାହିଁ ହେଲା ହେ ଚିଠିବାଲା 

ମୋ ଚିଠି କିଏ ନେଇ ଗଲା l

ଚିଠି ମୋର ଆସିଲାଣି ଆସିବାର 

ଥିଲା କୁଆଡେ ଗଲା, 

ଅନ୍ତରାତ୍ମା ମୋ ଫାଟି ଯେ ପଡୁଛି କାହିଁ

କିଏ ଚୋରାଇ ନେଲା l 



Rate this content
Log in