Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଶରଦ ରାସ

ଶରଦ ରାସ

1 min
135


କାର୍ତ୍ତିକ ପୂର୍ଣ୍ଣିମା ନିର୍ମଳ ଚାନ୍ଦ l

  ବୃନ୍ଦାବନେ ପ୍ରଭୁ କୃଷ୍ଣଗୋବିନ୍ଦ ll


ଚିନ୍ତି ପୁରାଇବି ଗୋପୀଙ୍କ ଆଶ l

  ମୁରଲୀ ଧରିଲେ ଜଗନ୍ନିବାସ ll


ଯମୁନା କୂଳରେ କଦମ୍ବ ମୂଳେ l

  ମୟୂରଚନ୍ଦ୍ରିକା ଶୋଭଇ ଚୁଳେ ll


ଟୋପି ଟୋପି ମଣ୍ଡି ଗୋପି ଚନ୍ଦନ l

  ତ୍ରିଭଙ୍ଗୀ ଠାଣିରେ ନନ୍ଦନନ୍ଦନ ll


ତୋଳିଦେଲେ ପ୍ରଭୁ ଅପୂର୍ବ ଧ୍ୱନୀ l

  ଯମୁନାରେ ବହେ ପାଣି ଉଜାଣି ll


ତିନି ପୁରେ ଶୁଭେ ବେଣୁ ଶବଦ l

  ସ୍ଥାବର ଜଙ୍ଗମ ହୋଇଲେ ସ୍ତବ୍ଧ ll


ଆସ ବ୍ରଜବାଳି ଡାକେ ବାଂଶରୀ l

  ସୁ ସ୍ୱରେ ଯତନେ ବଜାନ୍ତି ହରି ll


ସର୍ବ ଗୋପୀକାଙ୍କ ଭାଜିଲା ଦମ୍ଭ l

  ତେଜ୍ୟାକରି ସ୍ୱାମୀ ଶାଶୁ କୁଟୁମ୍ବ ll


ବାଇପ୍ରାୟ ହୋଇ ଆସିଲେ ଧାଇଁ l

  ସାଗରେ ସରିତେ ଯଥା ଧାମଇ ll


ରସିକ ଶେଖର ନଟ ନାଗର l

  ହଟ ପୁରାଇବେ ଆଜ ଆମ୍ଭର ll


ରସ ରାଜ ରସ ମୟ ରାହାସ l

  ସାନ୍ନିଧ୍ୟ ଲଭିବୁ ହେବୁ ସନ୍ତୋଷ ll


ଚାହିଁ ବସି ଅଛୁ କେଉଁ ଯୁଗରୁ l

   ଆଶ ପୁରାଇବେ ଜଗତ ଗୁରୁ ll


ଏମନ୍ତ ବିଚାରି ମିଳିଲେ ଯାଇ l

  ବୃନ୍ଦେ ବୃନ୍ଦେ ବେଢ଼ି କଳାକହ୍ନାଇ ll


ଏକ ଏକ ଗୋପୀ ଏକ କହ୍ନାଇ l

  ଦିବ୍ୟ ରାହାସରେ ମଗନ ହୋଇ ll


କ୍ରୀଡ଼ା କରି ସାଥେ ବ୍ରଜ କାମିନୀ l

  ପୁହାଇଲେ ବ୍ରହ୍ମ ନିଶି ଭାମିନୀ ll


ଅମରେ ସରଗୁ ବର୍ଷନ୍ତି ଫୁଲ l

  ଅପ୍ସରା ବଜାନ୍ତି ଦୁନ୍ଦୁଭି ଢ଼ୋଲ ll


ନାଚେ ବୃନ୍ଦାବନ ବାଜେ ବଇଁଶୀ l

  ଜୀବ ସଙ୍ଗେ ଗଲେ ପରମ ମିଶି ll


ମୋର ମୁଣ୍ଡେ ପଡ଼ୁ ରାହାସ ଧୂଳି l

  ଜୟ ରାଧେ କୃଷ୍ଣ ଗୋପ ଗୁଆଳି ll


ନମଃ ନମଃ ଦାମୋଦର ଗୋବିନ୍ଦ l

  ଛେଦ ମୋ ଅସାର ସଂସାର ବନ୍ଧ ll


ନମଃ କଞ୍ଜ ନେତ୍ର କୁଞ୍ଜ ବିହାରୀ l

  ଅପରାଧୀ ମନ୍ଦ କରେ ଗୁହାରୀ ll


ଛନ୍ଦା ଚରଣରେ ଗଲି ଶରଣ l

   ଛନ୍ଦ ଛାଡ଼ ହରି ରାଧାରମଣ ll



Rate this content
Log in

Similar oriya poem from Inspirational