STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଶୋଭା ପାଏନା

ଶୋଭା ପାଏନା

1 min
13


ସଂସାର ଲାଗେ ବଡ଼ ବିଚିତ୍ର

ବାଇସ୍କୋପ୍ ପରି

ଦେଖାଏ ଖେଳ ବଡ଼ ବଡ଼ ଚିତ୍ର ।


ତପନ କଥା ଭାବିଲ ଥରେ

ସକାଳୁ ଆସିବ କିରଣର ହାତ ଧରି

ଦିନ ସାରା ବୁଲିବ ରୋଶଣୀ ସହିତ ଘିରି ଘିରି

ନଶର ପସର ଏପଟ ସେପଟ 

ପୂର୍ବରୁ ପଶ୍ଚିମ ପ୍ରେମ ପ୍ରସାରି

ହସୁଥିବେ ଦୁହେଁ କିରି କିରି


ଯିବା ବେଳକୁ ସଂଧ୍ୟାକୁ ନେଇ ଛୁମନ୍ତର

ଅନ୍ୟକୁ ଭକୁଆ ମାରି ରଙ୍ଗୀନ ରାତ୍ରି ବିହାର


ଆଜି ବର୍ଷା ବାଟ ଉଗାଳିଲା

ଝପେ ଦି ଝପା ବରକୋଳିଆ ବର୍ଷିଗଲା

ମାର୍ତ୍ତଣ୍ଡ ମାଇଚିଆ ପ୍ରେମୀକ ପ୍ରବର

ଦେଖି ପ୍ରଚଣ୍ଡ ରୂପ ବର୍ଷାରାଣୀର

ମେଘ ପଣତେ ଲୁଚିଛି 

ଲୁଚକାଳି ଖେଳି ନଖରାମି କରୁଛି

ମୁଁହ ଦେଖଇ ଖତେଇ ହେଉଛି


ଶଳା ଦିନମଣୀ ପ୍ରଭାକର

ତୁମେ କ୍ରୀଡ଼ା କରିଲେ ଲୀଳା

ଆମେ କରିଲେ ଅଚାନ୍ଛା କିଳା


ତୁମେ ବାର ନାରୀ ସହିତ 

କରିବ ରମଣ ଭ୍ରମଣ

ଆମେ କରିଲେ କହିବ

 ସାରିଲା ମାନ ମହତ ଗ୍ରାମୀଣ

ଅଜ୍ଞାତ କୂଳ ଶୀଳ ହୀନ ସହ ସହବାସ ଶାସ୍ତ୍ରାନୁମତି ଗୁରୁଜନାନୁମତି ନାହିଁ 

ଅକାଳ କୁଷ୍କାଣ୍ଡ ଅକାର୍ଜି ଅକର୍ମଣ୍ୟ

ଦୀନ ହୀନ ଜନୈକ ଅକିଞ୍ଚନ ।


ଶୋଭା ପାଏନା ବାପ ହୋଟେଲରେ ଖାଇ ଏମିତି କପୋଥ କଥନ

ଶୋଭା ପାଏନା ସୂର୍ଯ୍ୟଦେବଙ୍କ ବିରୁଦ୍ଧରେ

ଏମିତିକା କୁର୍ତ୍ସରଟନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy