ଶିଶୁ ଆମେ କଳିକା
ଶିଶୁ ଆମେ କଳିକା
ଧନ୍ୟ ହେ ଈଶ୍ୱର ଗଢିଛ ବିଶ୍ୱରେ
ଛୋଟ ବଡ଼ ତରୁ ଳତା,
ଜଳ ସ୍ଥଳ ବନ ଗିରି ଝର ସମ
ଆବର ଲତା ବନିତା l
ବାପାର ଆଦର କରିଥାଏ ବାପା
ମା' ର ମମତା ମାଆ
ଭାଇର ସେହ୍ନ ଆହୁରି ମଧୁର
କୁନି ଡାକେ ମୋର ନାଆ l
ସିମୁଳି ଗଛରେ କଣ୍ଟା ଅଛି ବୋଲି
ନ ପାଏ ସେ ସ୍ନେହ ଆଦର
ଛୋଟ ହେଲେ ମଧ୍ୟ
ତୁଳସୀ ଗଛକୁ ଲୋକେ କରନ୍ତି ଆଦର l
ସେହିପରି ଆମ ଶିଶୁ ରାଇଜରେ
କରିବୁ ସ୍ନେହ ମମତା
ଛୋଟ ବଡ଼ ହେଲେ ମଧ୍ୟ
ଦୁହେଁ ଅଲଗା ଅଲଗା
ଯେପରି ତରୁ ଓ ଲତା
ଶିଶୁ ଆମେ କଳିକା ll
