ଶିକ୍ଷକ
ଶିକ୍ଷକ
ଶିକ୍ଷକ ଜୀବନ ନୁହଁଇ ସହଜ
ସେବାରେ ତା' ଦିନ ଯାଏ
ସ୍ୱାର୍ଥ ବୋଲି ତାର କିଛିତ ନଥାଏ
ଜ୍ଞାନ ଦାତା ହୋଇ ଥାଏ ।
ଚାଟଶାଳୀ ତାର ମନ୍ଦିର ଅଟଇ
ପୂଜାରୀ ନିଜେ ସେ ହୋଇ
କେତେ ଛାତ୍ର ଛାତ୍ରୀ ଜୀବନ ଗଢଇ
ତାହାରତ ସୀମା ନାହିଁ ।
ଟଙ୍କାରେ ଗରିବ ଜୀବନ ଭିତରେ
ରାଜା ବି ସମ୍ମାନ ଦିଏ
ଗୁରୁ ବୋଲି ସିନା କେତେଯେ ଜୁହାର
ଠାକୁର ସମାନ ସିଏ ।
ଗର୍ବ ଅନୁଭବ ଜୀବନ ଭିତରେ
ଛାତ୍ରଛାତ୍ରୀଙ୍କ କୀର୍ତ୍ତିରେ
ଆନନ୍ଦରେ ତାର ପେଟ ଭରିଯାଏ
କହି ବୁଲେ ସେ ବାଟରେ ।
ଗୁରୁଙ୍କ ପ୍ରହାର କାଟୁଥିଲା ଦିନେ
କଷ୍ଟ ହୁଏ ସହିବାକୁ
ଅନୁଭବ ନିଜେ କରିମୁଁ ପାରୁଛି
ପ୍ରହାର ଆର୍ଶୀବାଦକୁ ।
