STORYMIRROR

Sunita Sahu

Classics

3  

Sunita Sahu

Classics

ଶୀତ

ଶୀତ

1 min
170


ଶୀତର ଶୀତଳତାରେ ଆବଶ୍ୟକ ପଡେ

ଉଷୁମତାର ଚାଦର,

ଇଟାମାଟି କୋଠରି ସହ ପିତାମାତାଙ୍କ ଆଦର।

ଏଥିରେ ହିଁ ବିତିଯାଏ ଋତୁ,

ଶୀତର କରାଳ ରୂପ ସହ

ଲୁଚକାଳି ଖେଳୁ ଖେଳୁ।

ପେଟରେ ଦାନା ଦେହରେ କନା,

ବାକି ସବୁ ଦୁଃଖ କଷ୍ଟ

ମଣିଷ ପକ୍ଷେ ସାଜେ ସାତ ସପନ।

ସଂଘର୍ଷର କଷାଘାତରେ ମିଠାର ସ୍ଵାଦ,

ରାସ୍ତାକଡ଼େ ଯୁଝି ହୁଏ,କରେ

ସେ ଜାଡ ସହ ବାଦ।

ଏଇତ ଜୀବନର ପରୀକ୍ଷା ସ୍ଥଳ,

ଅବିରାମ ସଂଗ୍ରାମରେ ତଥାପି

ପାଏନା ଶାନ୍ତିର ଅମୃତ ବେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunita Sahu

Similar oriya poem from Classics