STORYMIRROR

Sunita Sahu

Others

3  

Sunita Sahu

Others

ଆଶା

ଆଶା

1 min
179

କେତେ ଦୂର ଏଇ ଆକାଶ,

ତଥାପି ଅତି ଆପଣାର ଲାଗେ,

ନିତି ଝୁରି ହୁଏ ତା ସାନ୍ନିଧ୍ୟ ଟିକକ ପାଇଁ।


ଇଚ୍ଛା ହୁଏ ପକ୍ଷୀ ହୋଇ ସମଗ୍ର ଆକାଶକୁ ଭ୍ରମନ୍ତି,

ଉଡି ଉଡି ଖୋଜନ୍ତି ହଜିଲା 'ମୋତେ'କୁ

ସତରେ କେତେ ଉନ୍ମୁକ୍ତ ଏଇ ଆକାଶ।


କିନ୍ତୁ ବାସ୍ତବରେ ମୁଁ ମୋ ପାଖରେ ହିଁ ଅଟକି ଯାଏ,

ସମଗ୍ର ଆକାଶକୁ ଆଲିଙ୍ଗନ କରିବାର ଆଶା ମାେ ଧୂଳିସାତ ହୁଏ, 


ଆଶାର ଫୁଲ ଫୁଟି ମଉଳି ଝରିପଡେ,

ପୁଣି ଫେରିବାକୁ ପଡେ ଭାବନା ରାଜ୍ୟରୁ ବାସ୍ତବ ଦୁନିଆକୁ 

କ୍ଳାନ୍ତ ଓ ଅବଶୋଷରେ ଶେଫାଳୀ ମଉଳେ,

ଆଉ ପୁଣି ଅପେକ୍ଷା କରେ ନୂଆ ଦିନର ନୂଆ ଆଶାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sunita Sahu