STORYMIRROR

Goutam Mohanty

Tragedy Fantasy Others

3  

Goutam Mohanty

Tragedy Fantasy Others

ଶୀତ

ଶୀତ

1 min
244


କାର୍ତ୍ତିକ ମାସର ଡଙ୍ଗାଭସାରେ 

କାକର କୋମଳ ଶୀତୁଆ ସ୍ପର୍ଶରେ

ଆସେ ଶୀତ l


ପଲ୍ଲୀ ପ୍ରାନ୍ତରର ସବୁଜ ଘାସ ଉପରେ

ବିନ୍ଦୁବିନ୍ଦୁ ଶିଶିର ଟୋପାରେ

ଦିଗନ୍ତ ବିସ୍ତାରି ପାଚିଲା ଧାନ କ୍ଷେତରେ

ହଳଦୀ ଗୁରୁଗୁରୁ ସୋରିଷ ଫୁଲର 

ମନ ମତାଣିଆ ଶୋଭାରେ ଆସେ ଶୀତ l


ମାଲୁଣୀ ବୁଢୀର କୁହୁକ ପରି ହିମ କାକର

ଭିଜା କୁହୁଡିରେ ଆସେ ଶୀତ

ନିରବ ନିଃଶବ୍ଦ ଶୀତର ରାତିରେ ଜ୍ୱଳନ୍ତ

ଅଗ୍ନିର ଉଷ୍ମତାରେ ଶୀତର ଅନୁଭବ ବେଶ୍

ଆରାମ ଦାୟକ ।

 


Rate this content
Log in

Similar oriya poem from Tragedy