STORYMIRROR

Susanta kumar Dash

Abstract Classics Inspirational

3  

Susanta kumar Dash

Abstract Classics Inspirational

ଶୀତ...

ଶୀତ...

1 min
210

      

ବେଳ ବୁଡ଼ିଗଲେ ସଞ୍ଜ ବେଳରେ

ଧୂଆଁଳିଆ ହେଇ ମାଡୁଚି

ସିନ୍ଦୁରା ଫାଟିଲେ ବିନ୍ଦୁ ବିନ୍ଦୁ ହେଇ

ପତରରେ ଲାଗି ବସୁଚି।


ସୁରୁଜ ଉଇଁଲେ ଜଳକଣା ତାର

ଚିକି ମିକି ହେଇ ଦିଶୁଚି

ସେଫାଳି ଫୁଲର ବାସ୍ନାରେ ବାଡ଼ି

ଅଗଣା ଯେ ପୁଣି ବାସୁଚି।


କାଲୁଆ ପବନ ବାଜିଲେ ଦେହରେ

ଦେହ ହାତ ଖାଲି ଥରୁଚି 

ନିଶାର ଅନ୍ଧାରେ ଦାନବ ପରି ସେ 

ଚାରିଆଡେ ଘୁରି ବୁଲୁଚି।


ଛକ ମୁଣ୍ଡରେ ପାଞ୍ଚ ମେଳରେ 

କାଠ ଦିଖଣ୍ଡ ଜଳୁଚି

ଦନେଇ ଅଜା ବାଡ଼ି ଖଣ୍ଡେ ଧରି

ଥୁରୁ ଥୁରୁ ହେଇ ଚାଲୁଚି।


ହରି ନନାର କ୍ଷେତ ଦିପଟରୁ ପାଖେ

ହଳଦିଆ ଥୋଡେ ଦିଶୁଚି

ମାସ ଗୋଟା ପରେ ମଗୁସୁର ଆସିବ ବୋଲି

ଝୋଟି ଚିତା ନେଇ ସଜ ହଉଚି।


ପୁନେଇଁର ଚାନ୍ଦ କୁଆଁରୀ ଲାଜରେ

ଚୋରେଇ ମନକୁ ହସୁଚି

ଅମାବାସ୍ୟା କଥା ଦୀପ ଜଳା କଥା ନଳିତା

ଡାଙ୍ଗ ବିଡା ବଜାରେ ପୁଣି ଦିଶୁଚି।


ପାର୍ବଣକୁ ସାରି ଅଶିଣକୁ ଧରି ଜଗତ ଜନନୀ

ଧରାରୁ ମେଲାଣି ନେଇଚି

ନାଲିପାଟ ପିନ୍ଧି ବିଷ୍ଣୁ ପାଟରାଣୀ ଗଜରାଜକୁ

ଧରି ଦେଖ ମର୍ତ୍ତ୍ୟକୁ ଓଲ୍ଲାଇ ଆସୁଚି ।


ଏସବୁ ଦେଖି ମନଟା ଆଜି ମୋର 

ଖୁସିରେ ଭାରି ନାଚୁଚି

ପୂଜା ପୂଜି କେତେ ପରବ ପୁନେଇଁ ନେଇ 

ଶୀତ ପୁଣି ଥରେ ଆସିଚି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Susanta kumar Dash

ଶୀତ...

ଶୀତ...

1 min ପଢ଼ନ୍ତୁ

Similar oriya poem from Abstract