ଶୀତ ଯାଇ ନାହିଁ
ଶୀତ ଯାଇ ନାହିଁ
ଶୀତ ଯାଇ ନାହିଁ ଖରାର ମାଡ଼
ସାମ୍ରାଜ୍ଯ ବିସ୍ତାର ଗାଆଁଠୁ ଗଡ଼।
ସକାଳ ସଞ୍ଜରେ ଯଦିଓ ଶୀତ
ଶାସନ କରୁଛି ଏହି ମରତ।
ଶୀତକୁ ଆଡେ଼ଇ ଖରା ଆସିକି
ଝାଳ ବୁହାଉଛି ଆଜିକାଲି କି?
ଡରିକି ଶୀତ ବି ପଛକୁ ଘୂଞ୍ଚା
ଗାଦି ଛାଡି଼ଲାଣି ଦେଖି ତା' ପଞ୍ଝା।
ଜଳାଇ ଦେଲାଣି ବଣ ଭୂମିକୁ
ପାଉଁଶ କରିବ ଏ ଜଗତକୁ।
ବନ୍ଯ ପଶୁ ପକ୍ଷୀ ଆଶ୍ରୟ ବିନା
ଭୟଭୀତ ସବୁ ଯୁଆଡେ଼ ଅନା।
ଏ ମଣିଷ ମଧ୍ଯ ନିଜ ଗୋଡ଼କୁ
ଖରା ସହ ହାତ ମିଳାଇବାକୁ।
ଶପଥ ଯେମିତି ଏ ଦୁହେଁ ମିଳି
କନ୍ଦାଇ ମାରିବେ ଦେଇ କି ଧୂଳି।
ଶୁଦ୍ଧ ପବନଟେ ମିଳିବା ବିନା
ମରିବାକୁ ବାଧ୍ଯ ହେବେ କି ସିନା?
ହେ ଜଗତବାସୀ କୋଟିଏ ବିନତି
ଖରା ସହ କିଆଁ କର ପୀରତି?