STORYMIRROR

Matrudatta Mohanty

Fantasy

2  

Matrudatta Mohanty

Fantasy

ଶୀତ ଆସିଛି

ଶୀତ ଆସିଛି

1 min
414


ଶ୍ରୀ ମାତୃଦତ୍ତ ମହାନ୍ତି


ଗୋବର ଲିପା ଧାନ ଖଳାରେ

ସକାଳୁ ସକାଳୁ ଖରା ଖାଉଛି ବୁଢ଼ୀ,

ପାନଖିଆ ପାଟିରୁ

ଗାଁମୁଣ୍ଡ କଳ ଚେମେଣି ପରି

ଭସ୍ ଭସ୍ ବାହାରୁଛି ଧୂଆଁ

ବୋଧହୁଏ ଶୀତ ଆସିଛି ।

ମୁକ୍ତାପରି ଝରା କାକର

ଝଟକୁଛି ବେଣା ଅଗରେ

ବୁଢ଼ିଆଣୀର ମାୟାଜାଲରେ

ବନ୍ଧା ପଡ଼ିଛି କୁହୁଡ଼ି,

ହଳଦୀପତ୍ର ପିଠା ବାସ୍ନାରେ

ଫାଟୁଛି ମାଟିରୁ ଆକାଶ,

ଝମ୍ ଝମ୍ ଶବଦରେ

ଧାନ ଖେଳୁଛି ଦୋଳି

ଚଷାପୁଅ କାନ୍ଧରେ

ବୋଧହୁଏ ଶୀତ ଆସିଛି ।

ପୋଖରୀ ତୁଠରେ

କିଶୋରୀଙ୍କ କୋଳାହଳ

ପାଣିକୁ ଡର

ଦେହରେ ହଳଦୀ ଶୁଖୁଛି

ବୋଧହୁଏ ମୋ ଗାଁକୁ ଶୀତ ଆସିଛି !


Rate this content
Log in

Similar oriya poem from Fantasy