STORYMIRROR

Matrudatta Mohanty

Others

2  

Matrudatta Mohanty

Others

ଅଭାବ

ଅଭାବ

1 min
283


ଏଇଟା ସରିବନି କିମ୍ୱା ମରିବନି,

ନା ନିଆଁରେ ପୋଡ଼ି ହେବ

ଅବା ଘଷି ମାଜି ଦେହରୁ ଛଡ଼ାଇ ହେବ,

ଲାଗିଛି ଯେ ଲାଗିଥିବ

ସବୁଦିନକୁ ସବୁ ସମୟକୁ ।

ଏଇ ଜୀବନଟା ଖାଲି ଅଭାବମୟ,

ଅଭାବର ବେଳାଭୂମିରେ ଘର କରି

ଦୁଃଖ ସାଗରର ଲୁଣି ହାୱା

ସବୁ ସ୍ୱପ୍ନ ଆଶା ଓ ସ୍ୱାଭିମାନକୁ

ମିଳେଇ ଦେଲାଣି ।

ମୁକ୍ତି ଏବେ ସ୍ୱପ୍ନଟିଏ ଖାଲି ।

ଆମେ ଭୁଲିଯିବା ଦିନେ ଚିର ଅଭାବଟାକୁ,

ସେ ପୁଣି ନିଶ୍ଚୟ ମରିବ ସରି ବି ଯିବ ଦିନେ,

ଯେବେ ଭାବ ଆସିବ

ହଠାତ୍ ଓ ସବୁଦିନକୁ !


Rate this content
Log in