STORYMIRROR

Matrudatta Mohanty

Tragedy

2  

Matrudatta Mohanty

Tragedy

ହଜିଲା ଠିକଣା

ହଜିଲା ଠିକଣା

1 min
454


ତୁମେ ସକାଳର ଫୁଲ ପରି

ମୋ ବାସି ବିଛଣାରେ

ଗୁଡ଼େଇ ତୁଡ଼େଇ ହୋଇ

ମୋ ରାତିର ବହଳ ନିଦଟାକୁ

ଖିନ୍ ଭିନ୍ କରି ଦିଅ ।

ତୁମ ବାସ୍ନାରେ ମୋ ଦେହ, ମନ

ପୁରିଉଠେ କ୍ଷଣକ ପାଇଁ ।

ମୋତେ ଆଶ୍ଚର୍ଯ୍ୟ ଲାଗେ

ତୁମେ ରାତିରେ ମୋ ସ୍ୱପ୍ନରେ

ପୁଣି ଦିନ ଆଲୁଅରେ ବାସ୍ତବରେ

କେମିତି ଆସ ?

ଏଇ କିଛି ଦିନ ହେବ

କେବଳ ରାତି ଦିନ ନୁହେଁ

ବରଂ ପ୍ରତି ମୁହୂର୍ତ୍ତ ତୁମକୁ ମୁଁ ଅନୁଭବ କରୁଛି ।

ତୁମ ଅସ୍ତିତ୍ୱ ତୁମ ଉପସ୍ଥିତି

ସବୁ କିଛି ଲାଗୁଛି ବାସ୍ତବ

ମଧ୍ୟାହ୍ନର ଧାରୁଆ ସୂର୍ଯ୍ୟ କିରଣରେ

ପୁଣି ଗୋଧୂଳି ଲଗ୍ନରେ

ନୀଡ଼ ବାହୁଡ଼ା ପକ୍ଷୀର କ୍ଳାନ୍ତ ସ୍ୱରରେ ତୁମେ ।

ତୁମେ ବ୍ୟାପ୍ତ ମୋ ଆଦିଠାରୁ ଅନ୍ତଯାଏ

ମୋ ବାସ୍ତବରୁ ଅବାସ୍ତବ ଯାଏ ।

କିନ୍ତୁ ଆଜି ଏ ଅସମୟରେ

ତୁମ ଅସଲ ଠିକଣା ଭୁଲିଯିବା ପରେ

ମୁଁ ମୋ ନିଜ ଭିତରେ ହିଁ

ପାଗଳ ପରି ତୁମକୁ ଖୋଜୁଥାଏ ।


Rate this content
Log in

Similar oriya poem from Tragedy