STORYMIRROR

ASHISH GOUDA

Abstract Others

3  

ASHISH GOUDA

Abstract Others

ଶୀର୍ଷକ ନଥିବା କବିତା

ଶୀର୍ଷକ ନଥିବା କବିତା

1 min
328

ପ୍ରତ୍ୟୁତ୍ତର ରେ କିଛି....


ତମେ ସ୍ୱପ୍ନ ନା ବାସ୍ତବ 

ଏ ଯାଏଁ ଜାଣି ପାରିଲିନି 

ତମେ ମରୁ ନା ମରୀଚିକା 

ଏ ଯାଏଁ ବୁଝା ପଡ଼ିଲାନି 

ହଁ 

କାହିଁକି କେଜାଣି 

ତମ ଦିଗବଳୟରେ 

ମୋ ଅଝଟ ଆଉ ବଦମାସି ର 

ରୂପ ରେଖା ବେସି ବେଶି ଜଣା ପଡେ

ମୋ ଡାଏରି ପୃଷ୍ଠା 

ରେ

ତମ ପାଇଁ ମୋ ସ୍ୱପ୍ନ 

ବାର ବାର ଝୁରୁଥାଏ 

ମୁଁ ନା ତୁମ ପ୍ରେମିକା ନା ତୁମ ବାନ୍ଧବୀ 

କିଛି ନାହିଁ 

କେବଳ ଏତିକି କହିବି 

ତମ ଖୁସି କୁ ନିଜ ସ୍ୱପ୍ନ 

ତମ ଦୁଃଖ କୁ ମରିଚିକା

ଭାବୁଥିବା 

ମୁଁ ଗୋଟେ ପଥହୀନା ଟେ 

ଯିଏ ତୁମକୁ ଭଲ ପାଏ 

ହଁ ତୁମକୁ ଭଲ ପାଏ


ତୁମ ଅଜାଣତରେ ତୁମକୁ ଭଲ ପାଉଥିବା କେହିଜଣେ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract