STORYMIRROR

ASHISH GOUDA

Others Romance

3  

ASHISH GOUDA

Others Romance

କାହିଁ ମୁଁ କେତେ ଦିନୁ ଛିଡା ହେଇଛି

କାହିଁ ମୁଁ କେତେ ଦିନୁ ଛିଡା ହେଇଛି

1 min
230


କାହିଁ ମୁଁ କେତେ ଦିନୁ ଛିଡା ହେଇଛି

ଉଜାଣି ବାରି ଧାରାର ସମ୍ପର୍କକୁ

ଭିଡି ଧରି ଟାଣି ଆଣିବା ଆଶାରେ ....

ଜାଣି ଶୁଣି ହଜେଇଛି ତମ ସ୍ୱପ୍ନମାନଙ୍କ

ତୁହାକୁ ତୁହା ଅଝଟର

କେଉଁ ଏକ ଅନ୍ତ ହୀନ ଅପେକ୍ଷାରେ ..

ସମୟ ସହ ସାଲିସ କରି

ଅନ୍ଧାରକୁ ମୁଠେଇ ଧରିଛି

ଆଲୋକର ରାହା ନେଇ

ତୁଷାର୍ତ ଆଶ୍ଲେଷରେ.....

ଅଜାଡି ଦେଇଛି ସବୁ ସଂକଳ୍ପ ତକ

କଳ୍ପନାର ନାମ ଦେଇ

ନିବିଡତାର ତୁଚ୍ଛା ଗ୍ଲାନିରେ ..

ହେଲେ ତମେ ଯେ ଏବେ ତମେ ହେଇ ନାହଁ

ତମେ ଖାଲି ଖୋଜୁଛ ମୋର

ନ ପାରିଲା ପଣର ବାହା ବା କୁ

ସଂଖୋଲି ଆଣିବାକୁ

ଯେଉଁଠି ଦିନେ ଅଣ୍ଡାଳି ହେଉଥିଲି ତମ ପାଷାଣ

ପ୍ରାୟ ହୃଦୟର

ସବୁ ସମ୍ଭାବନାମୟ ଆବେଗ ମାନଙ୍କୁ

ଏ ଯେମିତି

ପ୍ରତିଶୃତି ଠୁ ଆରମ୍ଭ କରି ନୀରବତା

ବସ୍ତୁବାଦ ଠୁ ଆରମ୍ଭ କରି ବାସ୍ତବତା

ହେଲେ

ଆଜି ସବୁ ସମର୍ପିଲି

ପୁଣି ଛିଡା ହେଇଗଲି

ଏବେ ଆଉ କେତେ ଦିନ କି କେତେ ମାସ ନୁହେଁ

ବର୍ଷ ବର୍ଷ ଯୁଗ ଯୁଗ

ଛିଡା ହେଇ ହେଇ ଅପସରି ଯିବି

ନିଜଠାରୁ ନିଜ ପ୍ରେମ ସବୁ ନେଇ

ଏକ ଝାପ୍ସା ଅତୀତରେ ...।

©ଆଶିଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍