STORYMIRROR

ASHISH GOUDA

Romance Fantasy

4  

ASHISH GOUDA

Romance Fantasy

ବେଳେ ବେଳେ ଇଚ୍ଛା ହୁଏ

ବେଳେ ବେଳେ ଇଚ୍ଛା ହୁଏ

1 min
198

ବେଳେ ବେଳେ 

ଇଚ୍ଛା ହୁଏ

ଧସେଇ ପଶିଯାଆନ୍ତି କି

ତୋ ଆଖି ଭିତରକୁ

ଭିତରକୁ ଭିତରକୁ ଆହୁରି ଭିତରକୁ

ସାଲିସ କରି ମିଶେଇ ଦିଅନ୍ତି 

ରୁଷି ଥିବା ନିଦକୁ ଆଖି ସହ

ଆଖିକୁ ସ୍ୱପ୍ନ ସହ

ଆଉ ସ୍ୱପ୍ନକୁ ଭୋର ବେଳା ସହ ।

ସ୍ୱପ୍ନକୁ କହି ସ୍ୱପ୍ନ ଦେଖାନ୍ତି

ଗୋଟେ ଗଛ 

ତଳେ ବିଞ୍ଚି ହେଇ ଗଛରୁ ଖସି ପଡିଥିବା ଗୁଡ଼ାଏ ଫୁଲ 

ଆଉ ମୋ ପରି କେହିଜଣେ ର ଉଷୁମ ଛାତି ଉପରେ 

ତୋ ମୁଣ୍ଡ

ତୋର ଲିଭିଯାଆନ୍ତା ସବୁତକ ଅପେକ୍ଷା 

ଆଉ ସଂସରଯାକର ଦୁଃଖ ସବୁ

ଠିକ୍ ଅସ୍ତ ସୂର୍ଯ୍ୟର ଶେଷତମ ଆଭା ପରି ।

ତୁ ଆତୁର ହେଇ 

ପ୍ରଶ୍ନ କରନ୍ତୁ

ହେ ମୋର 

ପରିଚିତ ପର କେହିଜଣେ 

ତମେ ମୁଁ ଆଉ ଏହି ଗୋଟେ ସ୍ୱପ୍ନ 

ଆମ ପ୍ରେମ ପାଇଁ ପାର୍ଯ୍ୟାପ୍ତ ନୁହେଁ କି ?

ମୁଁ ଉତ୍ତର ଦେବାକୁ ଯାଇ କେବଳ ହସିଥାନ୍ତି

ଜୋର ଜୋର ରେ 

ଯେମିତି ସେ ହସର ଆଦି ଅନ୍ତ ନାହିଁ

ଆଉ 

ତୋ କାନ ପାଖେ ଚୁପ କିନା ଯାଇ କୁହନ୍ତି 

ମୋ ପାଗେଳୀଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance