ନାଟକର ଶେଷ ଦୃଶ୍ୟ
ନାଟକର ଶେଷ ଦୃଶ୍ୟ
1 min
368
କାହିଁକି ବାଛିଲ ଏମିତି ଏକ ନାଟକକୁ
ଯେଉଁ ନାଟକର ସବୁତକ ଅଭିନୟ ସତ ପରି ଲାଗେ
ଚରିତ୍ର ସବୁ ଜୀବନ୍ତ ହେଇ ଉଠନ୍ତି
ମୁଖା ପିନ୍ଧା ଲୋକଙ୍କ ଛଳନାରେ
ମୁଁ ସର୍ବହରା ହେଇଯାଏ ।
ତମେ ଠିକ୍ କହିଥିଲ
ରଙ୍ଗମଞ୍ଚରେ ଦୃଶ୍ୟ ପରେ ଦୃଶ୍ୟ ବଦଳେ
ହେଲେ ଚରିତ୍ର ସମାନ ଥାଏ,
ହେଲେ ତମ ନାଟକରେ ଯେ
ଏ କଥାଟା ଠିକ୍ ଓଲଟା ।
ଜାଣିବା ବେଳକୁ
ଦୃଶ୍ୟ ସରିଯାଏ, ପରଦା ପଡ଼ିଯାଏ ।
ଶୁଣିଛି,
ସବୁ ନାଟକର ଶେଷ ଦୃଶ୍ୟରେ
ଚରିତ୍ର ମାନଙ୍କ ମୁଖା ଖୋଲେ
ଆଉ ମୁଖ୍ୟ ଚରିତ୍ର ପ୍ରକୃତ ପାଉଣା ପାଏ
କିନ୍ତୁ ଜାଣିନଥିଲି ,
ଏଇଟା ଯେ ତୁମ ସ୍ୱରଚିତ ନାଟକ
ଯେଉଁ ନାଟକରେ କେବଳ
ତୁମ ଅବଜ୍ଞା ଓ ଭର୍ସ୍ଛନା ଭୋଗି ଭୋଗି
ଶେଷ ଦୃଶ୍ୟରେ
ମୁଁ ମରିଯାଏ !! ନାଟକ ସରିଯାଏ ।
