STORYMIRROR

Dr Narendra Sethy

Inspirational

1.1  

Dr Narendra Sethy

Inspirational

ଶହୀଦ

ଶହୀଦ

1 min
29.5K


ଚାରିଦିନ ମୁଁ ରହେ କି ନରହେ

ଅକ୍ଷୁର୍ଣ୍ଣ ରହୁ ତୋରି ବୈଭବ,

ଲାଗୁ ଏ ଜୀବନ ତୋରି ପାଇଁ ମା

ପଡେ ଯଦି ଯେବେ ପ୍ରାଣର ଅଭାବ।

ଧନ୍ୟ ସେ ମାତା, ଧନ୍ୟ ସେ ସ୍ତ୍ରୀ

ଧନ୍ୟ ସେ ଗାଁ ମାଟି

ତ୍ରିରଙ୍ଗା ଓଢେଇ ସହୀଦର ଦେହ

ପହଞ୍ଚେ ଶତ୍ରୁକୁ ଭେଟି ।

ବନ୍ଦିତ ସେ ନାରୀ ପୋଛିଦିଏ ଯିଏ

ମଥାରୁ ସିନ୍ଦୁର ଟୀକା

ବଳିଦାନ ପାଇଁ ସ୍ଵାମୀକୁ ପଠେଇ

ରହିଯାଏ ସିଏ ଏକା।

ଆଖିର ତାରାକୁ ଦୂର କରିଦେଇ

ଅନ୍ଧ ହେଇ ଯାଏ ମା

ତଥାପି ଗର୍ବରେ ଛାତି ଫୁଲିଯାଏ

ଶହୀଦର ଯିଏ ବାପା।

କୁନି ଝିଅ କହେ ସେନାରେ ମୁଁ ଯିବି

ବାପାଙ୍କୁ ସଲାମ କରି

ବନ୍ଧୁକଟେ ଦିଅ ତା ଭାଇ ହାତରେ

ଦେବ ସେ ଶତ୍ରୁକୁ ମାରି ।

ଆସୁଥିଲେ ବାପା ବରଷକେ ଥରେ

ଆଣୁଥିଲେ କେତେ ଖୁସି,

ଆସିଲେ ଏଥର ଶେଷ ଥର ପାଇଁ

ଭରିକରି ଦୁଃଖ ବେଶି ।

ବୋଉ କାନ୍ଦି କହେ କେମିତି ପାଳିବି

ଦୁଇଟି ପିଲାଙ୍କୁ ମୋର

ଜହ୍ନ ଭଳି ମୁହଁ ଶୁଖି ତ ଯାଇଛି

ମଥାରେ ନାହିଁ ସିନ୍ଦୁର ।

ଭାରତ ମାତା ତୋ ପଣତରେ ଦାଗ

ଲଗେଇ ଦବୁନି କେବେ

ଆତଙ୍କି ଦେବ ପ୍ରାଣର ଆହୁତି

ସୀମାକୁ ଡେଇଁବ ଯେବେ।

ଚାରି ଦିନ ମୁଁ ରହେ କି ନରହେ

ରହୁ ତୋ କିରତି ଏ ସାରା ଜଗରେ,

ମୃତ୍ୟୁ ମୋତେ ନଉ ତୋରି ସେବାରେ

"ବନ୍ଦେ ମାତରଂ" କହି ମୋ ମୁହଁରେ।

ଚାରି ଦିନ ମୁଁ ରହେ କି ନରହେ

ଅକ୍ଷୁର୍ଣ୍ଣ ରହୁ ତୋରି ବୈଭବ,

ମିଶୁ ମୋର ଦେହ ତୋରି ମାଟିରେ

ଅକ୍ଷୟ ରହୁ ଭାରତ ଗୌରବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Narendra Sethy

Similar oriya poem from Inspirational