କୋଉଠି ଥିଲ ଏତେଦିନ
କୋଉଠି ଥିଲ ଏତେଦିନ
1 min
13.8K
ଏତେଦିନ କୋଉଠି ଥିଲ
ପରି ରାଇଜରେ
ମହରଗ କାନ୍ତାରରେ
ପେଟେରି ବନ୍ଦ ଭାଡ଼ି ଉପରେ
ଜହ୍ନି ରଂଜା କଖାରୁ ମନ୍ଦାରେ
ନା ଆଉ କୋଉଠି ?
ଛାଡିଥିଲ ଯୋଉଠୁ
ସେଇଠି ସେମିତି
ଏକା ଖଂଜେ ବର୍ଷ ମାସ
ନିଷ୍ଠୁର ନିଦାଘରେ ଠିଆହୋଇଛି
କାଳେ ତମେ ବୁଲି ଚାହିଁବ
ମୁଁ ଅଛି କି ନାଈଁ ।
ଏତେ ଦିନ କୋଉଠି ଥିଲ
ଭିଡରେ, ଏକାନ୍ତରେ
ଯାତ୍ରା ୟା ନାଟକରେ
ଗଳ୍ପ ନା ଏକାଙ୍କିକାରେ
ନଈ ର ଉଜାଣି ସୁଅରେ
ଭଅଁରରେ ପଡି
ଡଙ୍ଗା ଟଳମଳ
ଶୁଖିଲା ପତ୍ରକୁ ଭରସା
ଜାଣିନି କୋଉଠି ଲାଗିବି ।
ତମେ ଆଉ କାହାର
ସିନ୍ଦୁର ଶଙ୍ଖା ପିନ୍ଧି
ମୋତେ ଓଢଣୀ ଦଉଚ
ଭାରି ଭଲ ଲାଗୁଛ
ଏବେ ବୁଝିପାରିଲି
ବୋଧେ ତମେ ମୋତେ
ଧୋକା ଦେଇଛ ।
