STORYMIRROR

Dr Narendra Sethy

Others

3  

Dr Narendra Sethy

Others

ମା

ମା

1 min
14.6K


ଶାରଦା, ବରଦା ମା

ଦୁର୍ଗତି ନାସିନୀ

ସଜବାଜ ହେଲାଣି

ଆସିବାକୁ ।

ବଦଳି ଗଲାଣି ତା ପୃଥିବୀ

ହଜି ଗଲାଣି ତା ଗରିମା

ସୁଖୀ ଗଲାଣି ତା ସବୁଜିମା

ବଦଳି ଯାଇଛନ୍ତି ତା ହାତଗଢା

ମଣିଷ ମାନେ।

ମା କଣ ଭାବିବ ?

ଯୁଆଡେ ଆଖି ବୁଲେଇବ

ସବୁଆଡେ ରାକ୍ଷସ

ଲହ ଲହ ଜିଭ

ଢଳ ଢଳ ଆଖି

ମଦମସ୍ତ ଶରୀର

ମା ତୁ କେତେ ମାରିବୁ

କେତେ ସଂହାର କରିବୁ

ସବୁଆଡେ ରକ୍ତର ଫୁଆର

ଜୁଡୁ ବୁଡୁ ମଣିଷ ମାନେ

ବଳି ପଡିଛି ବିବେକ

ବନ୍ଧା ପଡିଛି ମାନବିକତା

ହେ ମା ଦଶଭୁଜା

ଆଉ ତୁ ଯାଆନି

ସଜାଡିଦେ ତୋ ହାତଗଢା ଦୁନିଆ

ଭରିଦେ ସବୁଜିମା

ମାରିଦେ ସବୁ ରାକ୍ଷସ

ଭରିଦେ ସ୍ନେହର ପରଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Narendra Sethy