STORYMIRROR

ସତ୍ୟ ଦାସ

Tragedy

5.0  

ସତ୍ୟ ଦାସ

Tragedy

ଶହୀଦ ପତ୍ନୀର ଗାଥା

ଶହୀଦ ପତ୍ନୀର ଗାଥା

1 min
14.1K


ଲିଭିନି ମେହିନ୍ଦି ରଙ୍ଗ ଶୁଖିନି ଅଳତା ଦାଗ

ଲିଭିଗଲା ମଥା ସିନ୍ଦୂର,

ଦେଶ ପାଇଁ ଲଢୁ ଲଢୁ ସ୍ୱାମୀ ମୋର ଗଲେ ଚାଲି

ବଳିଦାନ ଦେଇ ପ୍ରାଣର ।।

ଅଳପ ଦିନର ଏଇ ଦେଖା ଚାହାଁ ମିଳାମିଶା

ସ୍ମୃତି ସାଜି ରହି ତ ଗଲା,

ଭାରତ ମା'ର ତୁମେ ରକ୍ଷା କରୁ କରୁ ହାଏ

ମୋ ହାତ ର ଶଙ୍ଖା ଭାଙ୍ଗିଲା ।।


ମଥାକୁ ମୋ ଦେଇଥିଲ ରେଶମୀ ଚୁନରୀ ତୁମେ

କଥା ଥିଲା ଆସିବ ବୋଲି,

ଅଧା ବାଟେ ଛାଡି ଦେଇ ମା' ଋଣ ସୁଝି ଦେଇ

ମୋତେ ଛାଡ଼ି ଗଲ ଯେ ଚାଲି ।।

ଆଖିରେ ମୋ ଲୁହ ଦେଖି ହେଉଥିଲ ତୁମେ ଦୁଃଖୀ

କରିଦେଲ ଆଜି ଯେ ଏକା,

ତ୍ରିରଙ୍ଗା ଘୋଡେଇ ହେଇ ନୀରବେ ନିଶ୍ଚଳେ ଶୋଇ

ଦେଇ ଗଲ ମୋତେ ଯେ ଧୋକା ।।


ତଥାପି କହୁଛି ଆଜି ଗରବ କରୁଛି ସାଜି

ପତ୍ନୀ ହେଇ ମୁଁ ତୁମର,

ଏମିତି ଗରବ ପାଇଁ କଥା ଦେଲି ମୁଁ ତୁମକୁ

ସାଥୀ ହେବି ସବୁ ଜନ୍ମର ।।

【ସତ୍ୟ】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy