କଲମ
କଲମ
ମନ କଥା ସବୁ କାଗଜ ରେ ଲେଖେ,
କେତେ ସୁଖ ଦୁଃଖ କାହାଣୀ ସେ ଆଙ୍କେ,
କେବେ ଲେଖେ ପ୍ରେମ କାହାଣୀର ନାମ,
ମୁଁ ତୁମର ସେ ପ୍ରିୟ କଲମ ।।
କେବେ ଲେଖେ କାହାଣୀ ମୁଁ କେବେ କବିତା,
କେବେ ଲେଖେ ଦୁଃଖ ଗୀତି କେବେ ପ୍ରେମ ଗାଥା,
ପ୍ରେମ ପତ୍ର ଲେଖେ କେବେ ପ୍ରେମୀ ପାଇଁ,
ଦୁଃଖ ଗୀତି ଲେଖେ ପୁଣି ସେଇ ପ୍ରେମୀ ପାଇଁ ।।
ଜନମ ନେଇଛି ମୁଁ ଲେଖିବା ପାଇଁ,
ଲେଖାରେ ଲେଖାରେ କେତେ କଥା ଯାଏ କହି,
ଜନମ ଟା ମୋର ସେବେ ସାର୍ଥକ ହୁଏ,
ଯେତେବେଳେ ମୁଁ କିଛି ଲେଖୁଥାଏ ।।
ନେତା ମନ୍ତ୍ରୀ ଡରନ୍ତିନି କରିବାକୁ ଅଧର୍ମ,
ଖାଲି ତାଙ୍କ ଡରିବାର କାରଣ କଲମ,
ନାହିଁ ଯା'ପାଖେ ଟିକେ ଲଜ୍ୟା କି ସରମ,
ତା' ପାଇଁ ସାଜେ ଅସ୍ତ୍ର ଏ ନିରୀହ କଲମ ।।
ସଭିଙ୍କ ମନ କଥା କଲମ ଯେ ଲେଖେ,
କେତେ ସ୍ମୃତି କେତେ କଥା ମନରେ ସେ ରଖେ,
କଲମ ସିନା ଲେଖେ ସଭିଙ୍କର କଥା,
ହେଲେ କେହି ବୁଝେ ନାହିଁ କଲମ ର ବ୍ୟଥା ।।
କଲମ ତ ଏମିତିକା ଭାଗ୍ୟଟେ ପାଇଛି,
ନିଜ ସୁଖ ଦୁଃଖ କଥା ଭୁଲି ସେ ଯାଇଛି,
ପର ସୁଖ ପାଇଁ ସେ ଚାଲୁଥାଏ,
ଚାଲୁ ଚାଲୁ ଥକିଗଲେ ବଦଳି ସେ ଯାଏ ।।
ନ ଥାଏ ତା' ମନରେ ସ୍ୱାର୍ଥ କି ଛଳନା,
କାହା ସ୍ୱାର୍ଥ ପାଇଁ କେବେ ମନା ସେ କରେନା,
ଆଙ୍କି ଦିଏ କେତେ ଗୀତି କେତେ ଯେ କବିତା,
ଆଉ ପୁଣି ଲେଖୁଥାଏ କାହା ମନ କଥା ।।
ଜୀବନ ସାରା କଲମ ସଭିଙ୍କ ଅଧୀନ
ଏଇତ ହଉଛି କଲମ ର ଜୀବନ ।।
