STORYMIRROR

ସତ୍ୟ ଦାସ

Inspirational

2.7  

ସତ୍ୟ ଦାସ

Inspirational

ବର୍ଷା

ବର୍ଷା

1 min
29.2K


ଛଅ ଋତୁ ଭିତରେ ବରଷା ରାଣୀ

ନେଇପାରେ ସଭିଙ୍କ ମନକୁ କିଣି

ସେ ସମୟେ ହସୁଥାଏ ଆମ ଧରଣୀ

ଆକାଶ ଟା ଘୋଡ଼ି ହୁଏ ମେଘ ଓଢଣୀ ।।


ମେଘ ପାଲିଙ୍କି ରେ ବସି ବରଷା ଆସେ

ମେଘ ଟିକେ ପାଇ ସାରା ଦୁନିଆ ହସେ

ବାଦଲ ସାଥିରେ ଏଠି ପ୍ରେମ ବର୍ଷା ର

ଦିନେ ଅଧେ ନୁହେଁ ସେତ ଜନ୍ମ ଜନ୍ମର ।।


ବରଷା ଆସେ ଚଢ଼ି ମେଘ ସଵାରୀ

ଚାରି ଆଡ଼ ଦିଶେ ଗଛ ପତ୍ର ରେ ଭରି

ସେ ବାଦଲ ବେଳେବେଳେ ଗରଯେ ମେଘ ଉପରେ

ମେଘ ରାଣୀ ଆଖିରୁ ଲୋତକ ଝରେ ।।


ଆସିନି କେବେ ତାଙ୍କ ପ୍ରେମ ରେ ଜୁଆର

ସେଥି ପାଇଁ ସେ ସମ୍ପର୍କ ଜନ୍ମ ଜନ୍ମ ର

ଯୋଉ ବାଦଲ ଗର୍ଜି ମେଘ କୁ ଡ଼ରାଏ

ସିଏ ପୁଣି ଅଳ୍ପ ଗର୍ଜ୍ଜି ମେଘ କୁ ମନାଏ ।।


ବର୍ଷା ର ତ ଧର୍ମ ସେ ଝରି ଯାଏ

ଚଷା ଭାଇ ମୁହଁ ରେ ହସ ଖେଳାଏ

ମେଘ ବରଷିଲେ ଏଠି ଖୁସି ବରଷେ

ଧରଣୀ ରାଣୀ ମୁହଁ ଭରେ ହରସେ ।।


ଧରଣୀ ରାଣୀ ଖୁସି ମେଘ ଉପରେ

ମେଘ ରାଣୀ ବରଷେ ନିଜ ଖୁସି ରେ

ଝରିଯିବା ଖାଲି ସେ ତ ବର୍ଷା ର ଧର୍ମ

ବର୍ଷା ସାଥେ ଯୋଡ଼ା ହୁଏ ବାଦଲ ନାମ ।।


ବର୍ଷା ପାଖେ ନଥାଏ ନିଜ ପର ଆପଣା

ନ ଥାଏ ତା'ପାଖେ ବର୍ଷିବା ର ଠିକଣା

ସବୁଆଡ଼େ ହସି ଖେଳି ବରଷି ଯାଏ

ସଭିଙ୍କ ମୁହଁ ରେ ସେ ହସ ଖେଳାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational