STORYMIRROR

ସତ୍ୟ ଦାସ

Tragedy

5.0  

ସତ୍ୟ ଦାସ

Tragedy

ସୁରକ୍ଷା ବାହିନୀ ଭୋକରେ ଅଛି

ସୁରକ୍ଷା ବାହିନୀ ଭୋକରେ ଅଛି

1 min
13.4K


ଯାହା ପାଇଁ ଆମେ ଭଲ ଦି'ମୁଠା ଖାଉଛେ

ତାଙ୍କ କଥା ଆମେ ଭାବୁନେ କିଛି,

ଖାଇଲେ ସେ ଖାଉ ନଖାଇଲେ ନାହିଁ

ସେ ସୁରକ୍ଷା ବାହିନୀ ଭୋକରେ ଅଛି ।।

ଯାହା ପାଇଁ ଆମେ ଶାନ୍ତିରେ ଶୋଉଛେ

ତାଙ୍କ କଥା ଆମେ ଭାବୁନେ କିଛି,

ଆମ ପାଇଁ ଯିଏ ସୀମାରେ ଲଢ଼ୁଛି

ସେ ସୁରକ୍ଷା ବାହିନୀ ଭୋକରେ ଅଛି ।।

ଚିକେନ୍ ମଟନ ବିରିୟାନିରେ

ନେତା ମନ୍ତ୍ରୀଙ୍କ ପେଟ ଭରୁଛି,

ପୋଡ଼ା ରୁଟି ଆଉ ପାଣିଆ ଡାଲିରେ

ଆମ ଜବାନଙ୍କ ଭୋକ ମେଣ୍ଟିଛି।।

ଭାରି ଦୁଃଖ ଲାଗେ ଭାବିଲେ ସେ କଥା

ସେ ସୁରକ୍ଷା ବାହିନୀ ଭୋକରେ ଅଛି ।।

ମୁହଁ ଯଦି ଖୋଲେ ଯବାନ ସେ ପାଇଁ

କାଳେ ଗୁପ୍ତ ନୀତି ଖୋଲି ଯାଉଛି,

କେମିତି ଆମେ ଯେ ବୁଝିପାରୁନାହୁଁ

ସେ ସୁରକ୍ଷା ବାହିନୀ ଭୋକରେ ଅଛି ।।

ଟି. ଭି ଚ୍ୟାନେଲରେ ଅଫିସର ବାବୁ

ନିର୍ଲଜ୍ଜ ଭାବରେ କେତେ ଗପୁଛି,

ଭୋକିଲା ଯବାନ ଦେଶକୁ ଜଗିଛି

ସେ ସୁରକ୍ଷା ବାହିନୀ ଭୋକରେ ଅଛି ।।

【ସତ୍ୟ】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy