STORYMIRROR

Abinash Pani

Abstract

3  

Abinash Pani

Abstract

ଶେଫାଳୀ

ଶେଫାଳୀ

1 min
393

ଝରା ଶେଫାଳୀ ର ମହକ ଯେ ତୁମେ, ନିତି ରାତି ଝରି ଯାଅ

କ୍ଳାନ୍ତ କରି ଶେଷେ ଦିବସକୁ ତୁମେ ରଜନୀ ରେ ଭାଜି ଯାଅ


ଅଭିମାନ ତୁମ ବିଭାଜିତ ହୁଏ ପଡ଼ିଲେ ଅଂଶୁ ର ସ୍ପର୍ଶ

ଦୀର୍ଘ ବିରାମ ନ ଦେଇ ନିଜକୁ, ସାଜି ଚାଲେ ସେ ଉତ୍କର୍ଷ


ତିକ୍ତ କର ଯେବେ ନିଜ ମଧୂର୍ଯ୍ୟ କୁ ଦେଇ ସେ ଭୂମି ଚୁମ୍ବନ

ଅଂଶୁ ଯେ ତାକୁ ବିସ୍ମିତ କରେ ଦେଇ ଅବିନାଶୀ ବର୍ତ୍ତମାନ


କ୍ଷଣିକ ରେ ତୁମ ଅସ୍ପୃଶ୍ୟ ସ୍ମୃତି କୁ ରଖି ସିଏ ସାଇତି

ପୁନର୍ବାର ଚାହେଁ ଅପଲକ ନେତ୍ରେ ଭାବି ନିଜ ସମ୍ପତ୍ତି


ଝରା ଶେଫାଳୀ ର ମହକ ଯେ ତୁମେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abinash Pani

Similar oriya poem from Abstract