STORYMIRROR

Ajit Naik

Abstract Inspirational

3  

Ajit Naik

Abstract Inspirational

ସହାୟର ଅସହାୟତା

ସହାୟର ଅସହାୟତା

1 min
56

ମଣିଷ ନିଜକୁ ଦିଗ୍ ବିଜୟୀ ବରେ,

ସଦାସର୍ବଦା ପ୍ରତି ଟି ମୂହୁତ୍ତରେ

ହାରିବା, ହରାଇବା ତାହାର ଗ୍ରହଣୀୟ ନୁହେଁ, ଏକ ବାରେ,

ନିତ୍ୟ ଝୁଣ୍ଟୁ ଥାଏ ପଡୁ ଥାଏ ଜୀବନରେ,

ତଥାପି ଅବୁଝା ନ ବୁଝେ ମନରେ ,

ନିତ୍ୟ ନିନ୍ଦୁଥାଏ, ଭାଗ୍ୟ ବିଧାତାକୁ ନିଜକୁ ଅଭାଗା ମଣିରେ ।।

ନୂତନ ସ୍ପନ୍ଦନ ଜାଗରଣ ଆଣେ ,

ଆବିଷ୍କାର, ଉଦ୍ଭାବନରେ,

ଖୋଜି ବୁଲୁଥାଏ ମାନବ ସର୍ବଦା ଦିବା ଆଲୋକରେ-------କିନ୍ତୁ--

ଥାଏ ବାସ୍ତବରେ ନିବିଡ ଅନ୍ଧାର ଗୁହାରେ,

ସ୍ୱାର୍ଥଗ୍ରାସୀ ଜନ ସ୍ୱାର୍ଥ ସାଧନାରେ ନିତ୍ୟ ଧାଉଁଥାଏ, ତାର ଅନୁସନ୍ଧାନେ ।।

ବେଳେବେଳେ ତାର ସାଫଲ୍ୟ ଖୁସିକୁ,

ଆତ୍ମହରା ହୋଇ ଉପଭୋଗ କରେ,

ଅବେଳ ଅବେଳେ ନିନ୍ଦେ ସମାଜକୁ ଦୋଷ ଦିଏ,ପ୍ରତିବେଶୀକୁ ,

ଅସଫଳତା ତାକୁ ଅସହ୍ୟ ହୁଅଇ ଯେବେରେ ।।

ଆନନ୍ଦ ବିଷାଦ ଜୀବନେ ଆମର,

ଆଣେରେ ଚରମ, ମରମ ଅନୁଭୂତି,

ବୃଥା ଅଂହକାରେ ନର ନାରୀ ଆଜି,

ମୋହ ମାୟା ଜାଲେ ହୁଏ, ଅଭିଭୂତି ।।

ଜ୍ଞାନର ସୀମା ଯେ ଅସୀମ ନୁହଁଇ,

ସମସ୍ତେ ଜାଣନ୍ତି ପ୍ରତ୍ୟକ୍ଷ,

ବିଭୁକୃପା ବଳେ ଜ୍ଞାନ ଉପଯୋଗେ,

ଦିନେ ନିଶ୍ଚେ ହେବାରେ ସଫଳ--------ନିଶ୍ଚେ ହେବାରେ ସଫଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract