Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Simanchala Panda

Inspirational

4.0  

Simanchala Panda

Inspirational

ଶାସ୍ତ୍ର ଓ ସୂତ୍ର

ଶାସ୍ତ୍ର ଓ ସୂତ୍ର

1 min
227



ସୂତ୍ର ସମ୍ବଳିତ ସିଦ୍ଧାନ୍ତ ପୂରିତ

ବିଜ୍ଞାନ, ଜ୍ଞାନ ଭଣ୍ଡାର,

ଶାସ୍ତ୍ର ସଂସାରର ଶାସ୍ତ୍ରୀଙ୍କ ବିଚାର

ସଙ୍କଳନ ଗନ୍ତାଘର।


ମନୁଷ୍ୟ ଜୀବନ ସମସ୍ୟା ଗହନ

ସମାଧାନ ମହା ବିଧି,

ଆବଶ୍ୟକ ଜ୍ଞାନ ଶାସ୍ତ୍ର ଉତପନ୍ନ

ବିବୁଧ ସୂତ୍ରେ ସମୃଦ୍ଧି।


ଶାସ୍ତ୍ରରେ ଭରତି ସମାଧାନ ଶକ୍ତି

ସାଧନେ ହୁଏ ପ୍ରାପତି,

ଶାସ୍ତ୍ରସୂତ୍ର ଆଣି ପ୍ରୟୋଗେ ବିଜ୍ଞାନି

ସମସ୍ୟାକରେ ସମାପ୍ତି।


ସମସ୍ୟା ଶକତି  ବିବିଧ ପ୍ରକୃତି

ଧାରଣେ  ସମୃଦ୍ଧ ଅତି,

ଭିନ୍ନ ଶାସ୍ତ୍ର ଜ୍ଞାନୀ ଭିନ୍ନ ସୂତ୍ରେ ପୁଣି

ସମାଧାନ  ପରିଣତି।


ଯୁଗେ ଯୁଗେ ତାର ନାରାୟଣ,ନର

ସଂସାର ନିମନ୍ତେ ସୂତ୍ର,

କରନ୍ତି  ପ୍ରସାର  ହିତେ ଜଗତର

ସମାଧାନ  ମହାମନ୍ତ୍ର।


ତ୍ରେତୟାରେ  ରାମ ଗୁଣ ଅନୁପମ

ସଂସାର ଚଳନ ମନ୍ତ୍ର,

ସେ ନୀତିଆଦର୍ଶ ସଂସାରେ ଉତ୍କର୍ଷ

ବିଭୁ ଜ୍ଞାନ ମହା ସୂତ୍ର।


କୃଷ୍ଣ ଜ୍ଞାନାମୃତ ଶ୍ରୀମୁଖ ନିଃସୃତ

ଭଗବତ ଗୀତା ଜ୍ଞାନ,

ଭ୍ରମ  କରେ  ଦୂର  କରନ୍ତି ସମର

ମହାଭାରତେ  ଅର୍ଜୁନ।


ଯୁଗେଯୁଗେ ମୁନି,ଜ୍ଞାନୀ,ମହାଜ୍ଞାନୀ

ଧ୍ୟାନ ବଳେ ଜାତ ସୂତ୍ର,

ସଦ୍ ଜ୍ଞାନ ସମ୍ଭୂତ ପାଳନେ ଜଗତ

ସୁରକ୍ଷା  ସାଧନ ମନ୍ତ୍ର।


ଶାସ୍ତ୍ର  ସଂସାରର ସୂତ୍ରର ଭଣ୍ଡାର

ସୃଷ୍ଟି କରେ ଶାସ୍ତ୍ରକାର,

ସେ ସୂତ୍ରର ବଳ ଅତ୍ୟନ୍ତ ପ୍ରବଳ

ରକ୍ଷାକରେ ଏ ସଂସାର।



Rate this content
Log in

Similar oriya poem from Inspirational