STORYMIRROR

Simanchala Panda

Inspirational

4  

Simanchala Panda

Inspirational

Kranti

Kranti

1 min
251



ମଣିଷ  ଯେଉଁଠି କରିପାରେ ସୃଷ୍ଟି

ସଂସାରେ ବିରଳ ଅଲିଭା ଦାଗ,

ଆକର୍ଷଣେ ତାର  ମାନବ ସଂସାର

ଅନୁସରେ ସାର ଅଭୁଲା ଦିଗ।


ସରଜଇ  କ୍ରାନ୍ତି  ବରଜଇ  ଭ୍ରାନ୍ତି

ଜନମନ ମୋହେ ସାତ୍ତ୍ୱିକ କର୍ମେ,

କରେ ଆଲୋକିତ ଜୀବନ ଜାଗ୍ରତ

ଜଗତ ଧାମଇ ଶାଶ୍ୱତ ପ୍ରେମେ,

ଆଣେ ଜାଗରଣ କରେ ସଚେତନ

ଆଦର୍ଶ ଆକର୍ଷେ ବିଶ୍ଵେ ମାନବ,

ମଣିଷ  ଯେଉଁଠି  କରିପାରେ ସୃଷ୍ଟି

ସଂସାରେ ବିରଳ ଅଭୁଲା ଦାଗ।


ବିବେକାନନ୍ଦଙ୍କ   ଧର୍ମ  ସନାତନ

ଆହ୍ୱାନେ ସଂସାର ହୁଏ ପ୍ରସନ୍ନ,

ଗାନ୍ଧୀ,  ଗୋପବନ୍ଧୁ &nb

sp;ମାନବର ବନ୍ଧୁ,

ଅହିଂସା ସେବକ ବିଶ୍ଵେ ମହାନ।


ସମର୍ପଣ  ଭାବ  ଜାଗ୍ରତେ  ମାନବ

ସଂସାର ସେବାକୁ ମଣେ ଆଦର୍ଶ,

ସେବକ ପଣରେ  ଜୀବନ ରଣରେ

ବିଶ୍ୱ ଜନ ମନ କରେ ଆକର୍ଷ,

ନଥାଏ  ତା ସ୍ୱାର୍ଥ, କର୍ମେ ପରମାର୍ଥ

କ୍ରାନ୍ତି ପଥେ ଗତି କରେ ମାନବ,

ଆକର୍ଷଣେ  ତାର  ମାନବ ସଂସାର

ଅନୁସରେ  ସାର ଅଭୁଲା ଦିଗ।


ଦୂର କରେ ଭ୍ରାନ୍ତି ବିଶ୍ଵେ ଆଣେ କ୍ରାନ୍ତି

ସଦ୍ଭାବ ଉଦଯୋଗେ ମହାମାନବ,

ସାକ୍ଷାତ  ଈଶ୍ୱର  ମଣଇ  ସଂସାର

ବିଶ୍ୱ ଜୀବ ହିତେ ଭବେ ଉଦ୍ଭବ।




Rate this content
Log in

Similar oriya poem from Inspirational